ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ଦୁଇ ଜିଲ୍ଲା, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ସୁନ୍ଦରଗଡ଼ ୧୧।୦୩ : ପ୍ରଚଣ୍ଡ ଶବ୍ଦରେ ଥରିଲା ଦୁଇ ଜିଲ୍ଲା । କେନ୍ଦୁଝର ଓ ସୁନ୍ଦରଗଡ଼ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି । ଯାହାଫଳରେ ଲୋକେ ଭୟଭୀତ ହୋଇଛନ୍ତି । ଏପିରିକି ଲୋକେ ଭୟରେ ଘର ବାହାରକୁ ବାହାରି ପଡିଥିଲେ । ଖବର ଅନୁଯାୟୀ, ସୋମବାର ଦିନ ସକାଳ ୧୧ ଟା ୩୦ ମିନିଟ ସମୟରେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି। ଦୁଇ ଦୁଇ ଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘର ଦ୍ୱାର ଦୋହଲି ପଡିଥିଲା । ଶବ୍ଦର କାରଣ ଅସ୍ପଷ୍ଟ ଥିବା ବେଳେ ମୃଦ୍ୟୁ ଭୂକମ୍ପ ଭଳି ଅନୁଭୂତ ହୋଇଥିଲା । ତେବେ ଏହି ଶବ୍ଦ ପାଖାପାଖି ୧୦ ମିନିଟ ଧରି  ଶବ୍ଦ ହୋଇ ଥରି ଉଠିଥିଲା । ଏପିରିକି  ଆକାଶରେ ଧୂଆଁ ଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା। ତେବେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ଦୁଇ ଜିଲ୍ଲା, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ସୁନ୍ଦରଗଡ଼ ୧୧।୦୩ : ପ୍ରଚଣ୍ଡ ଶବ୍ଦରେ ଥରିଲା ଦୁଇ ଜିଲ୍ଲା । କେନ୍ଦୁଝର ଓ ସୁନ୍ଦରଗଡ଼ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି । ଯାହାଫଳରେ ଲୋକେ ଭୟଭୀତ ହୋଇଛନ୍ତି । ଏପିରିକି ଲୋକେ ଭୟରେ ଘର ବାହାରକୁ ବାହାରି ପଡିଥିଲେ । 

ଖବର ଅନୁଯାୟୀ, ସୋମବାର ଦିନ ସକାଳ ୧୧ ଟା ୩୦ ମିନିଟ ସମୟରେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି। ଦୁଇ ଦୁଇ ଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘର ଦ୍ୱାର ଦୋହଲି ପଡିଥିଲା । ଶବ୍ଦର କାରଣ ଅସ୍ପଷ୍ଟ ଥିବା ବେଳେ ମୃଦ୍ୟୁ ଭୂକମ୍ପ ଭଳି ଅନୁଭୂତ ହୋଇଥିଲା । ତେବେ ଏହି ଶବ୍ଦ ପାଖାପାଖି ୧୦ ମିନିଟ ଧରି  ଶବ୍ଦ ହୋଇ ଥରି ଉଠିଥିଲା । ଏପିରିକି  ଆକାଶରେ ଧୂଆଁ ଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା। ତେବେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।