ମୁହଁ ଖୋଲିଲେ ମନୁ ଭାକର, କହିଲେ ସେ ବହୁତ ଭଲ…
ନୂଆଦିଲ୍ଲୀ,୧୫।୮: ପ୍ୟାରିସ ଅଲିମ୍ପିକ୍ସରେ ଡବଲ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଥିବା ସୁଟର ମନୁ ଭାକର ବର୍ତ୍ତମାନ ହାଇଲାଇଟରେ ଅଛନ୍ତି। ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସ୍ବାଧୀନ ଭାରତର ପ୍ରଥମ ଆଥଲେଟ ଅଟନ୍ତି । ପ୍ୟାରିସ ଅଲିମ୍ପିକ୍ସର ସମାରୋହରେ ଅଭିଜ୍ଞ ହକି ଗୋଲକିପର ପି.ଆର ଶ୍ରୀଜେଶଙ୍କ ସହ ସେ ଭାରତ ପାଇଁ ପତାକା ଉତ୍ତୋଳନ କରିଥିଲେ। ମନୁ ଏହାକୁ ଜୀବନବ୍ୟାପୀ ଅନୁଭୂତି ବୋଲି କହିଥିଲେ । ମନୁ ପିଟିଆଇକୁ କହିଛନ୍ତି, […] The post ମୁହଁ ଖୋଲିଲେ ମନୁ ଭାକର, କହିଲେ ସେ ବହୁତ ଭଲ… appeared first on Dharitri Odia News.
ନୂଆଦିଲ୍ଲୀ,୧୫।୮: ପ୍ୟାରିସ ଅଲିମ୍ପିକ୍ସରେ ଡବଲ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଥିବା ସୁଟର ମନୁ ଭାକର ବର୍ତ୍ତମାନ ହାଇଲାଇଟରେ ଅଛନ୍ତି। ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସ୍ବାଧୀନ ଭାରତର ପ୍ରଥମ ଆଥଲେଟ ଅଟନ୍ତି । ପ୍ୟାରିସ ଅଲିମ୍ପିକ୍ସର ସମାରୋହରେ ଅଭିଜ୍ଞ ହକି ଗୋଲକିପର ପି.ଆର ଶ୍ରୀଜେଶଙ୍କ ସହ ସେ ଭାରତ ପାଇଁ ପତାକା ଉତ୍ତୋଳନ କରିଥିଲେ। ମନୁ ଏହାକୁ ଜୀବନବ୍ୟାପୀ ଅନୁଭୂତି ବୋଲି କହିଥିଲେ ।
ମନୁ ପିଟିଆଇକୁ କହିଛନ୍ତି, ପଦକ ଜିତିବା ପାଇଁ ଆମେ ସମସ୍ତେ ବହୁତ ପରିଶ୍ରମ କରୁଛୁ। ଭବିଷ୍ୟତରେ ଯଦି ମୁଁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟିରୁ ଅଧିକ ପଦକ ଜିତି ପାରିବି, ଏହା ବହୁତ ଭଲ ହେବ । ଭବିଷ୍ୟତରେ କଠିନ ପରିଶ୍ରମ କରି ଭଲ ପ୍ରଦର୍ଶନ କରିବା ହେଉଛି ଲକ୍ଷ୍ୟ। ପ୍ୟାରିସ ଅଲିମ୍ପିକ୍ସର ସମାରୋହରେ ମନୁ ଭାକର ଭାରତୀୟ ଦଳର ପତାକା ଉତ୍ତୋଳନ କରିଥିଲେ। ଅଲିମ୍ପିକ୍ସ ସମାରୋହରୁ ଫେରିବା ପରେ ସେ କହିଛନ୍ତି ମୁଁ ଭବିଷ୍ୟତରେ ଭାରତ ପାଇଁ ଅଧିକ ଅଲିମ୍ପିକ ପଦକ ଜିତିବାକୁ ଚାହୁଁଛି।
ଶ୍ରୀଜେଶଙ୍କୁ ନେଇ ପଚାରିବାରୁ ସେ କହିଛନ୍ତି, ଶ୍ରୀଜେଶ ଭାଇଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି। ମୁଁ ତାଙ୍କୁ ପିଲାଦିନରୁ ଜାଣିଛି । ସେ ବହୁତ ବନ୍ଧୁତ୍ୱପୂର୍ଣ୍ଣ, ସାହାଯ୍ୟକାରୀ ଏବଂ ଭଦ୍ର ଅଟନ୍ତି ।
The post ମୁହଁ ଖୋଲିଲେ ମନୁ ଭାକର, କହିଲେ ସେ ବହୁତ ଭଲ… appeared first on Dharitri Odia News.