ବାଲି ବୋଝେଇ ଟ୍ରାକ୍ଟର ଓଲଟି: ଦୁଇ ଯୁବକଙ୍କ ମୃତ୍ୟୁ

ନୂଆପଡା,୩୦।୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ଯୁନାପନି ଗ୍ରାମରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ରବିବାର ଦୁଇ ଯୁବକଙ୍କ ମତ୍ୟୁଘଟିଛି। ମୃତ ଦୁଇ ଯୁବକ ହେଲେ ସୁନାବେଡ଼ା ପଞ୍ଚାୟତ ଯୁନାପାଣି ଗାଁ ର ଗନ୍ତରାମ ଝାକର୍‌ (୨୫) ଓ ଟକେଶ ଛତ୍ରିଆ (୨୩) । ସୂଚନା ଅନୁଯାୟୀ କଶନିବାର ଏକ ବାଲି ବୋଝେଇ ଟ୍ରାକ୍ଟର ଯୁନାପାନୀ ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଦୁଇ ଯୁବ ଶ୍ରମିକ ଗୁରୁତର […] The post ବାଲି ବୋଝେଇ ଟ୍ରାକ୍ଟର ଓଲଟି: ଦୁଇ ଯୁବକଙ୍କ ମୃତ୍ୟୁ appeared first on Dharitri Odia News.

ବାଲି ବୋଝେଇ ଟ୍ରାକ୍ଟର ଓଲଟି: ଦୁଇ ଯୁବକଙ୍କ ମୃତ୍ୟୁ

ନୂଆପଡା,୩୦।୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ଯୁନାପନି ଗ୍ରାମରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ରବିବାର ଦୁଇ ଯୁବକଙ୍କ ମତ୍ୟୁଘଟିଛି। ମୃତ ଦୁଇ ଯୁବକ ହେଲେ ସୁନାବେଡ଼ା ପଞ୍ଚାୟତ ଯୁନାପାଣି ଗାଁ ର ଗନ୍ତରାମ ଝାକର୍‌ (୨୫) ଓ ଟକେଶ ଛତ୍ରିଆ (୨୩) ।
ସୂଚନା ଅନୁଯାୟୀ କଶନିବାର ଏକ ବାଲି ବୋଝେଇ ଟ୍ରାକ୍ଟର ଯୁନାପାନୀ ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଦୁଇ ଯୁବ ଶ୍ରମିକ ଗୁରୁତର ହୋଇଥିଲେ। ଗୁରୁତର ଭାବରେ ଦୁଇ ଜଣଙ୍କୁ ଉଦ୍ଧାର କରି ସୁନାବେଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ମୃତ୍ୟୁ ଘଟିଛି। ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି

The post ବାଲି ବୋଝେଇ ଟ୍ରାକ୍ଟର ଓଲଟି: ଦୁଇ ଯୁବକଙ୍କ ମୃତ୍ୟୁ appeared first on Dharitri Odia News.