ପରିଶ୍ରମ ସାମାନ୍ୟ ଅଧିକ ରହିବ, ଆୟ ଠାରୁ ବ୍ୟୟ ଅଧିକ ରହିବ

ମେଷ - ଶୁକ୍ଳ ପକ୍ଷ ଚତୁର୍ଥ ଚନ୍ଦ୍ର ହେତୁ ପରିବାରରେ କଳହ ଲଗିପାରେ । ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇ ପାରେ। କରିଥିବା ଆର୍ଥିକ ଯୋଜନା ଅଳ୍ପ ଲାଭ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।ବୃଷ - ରାଶି ପାଇଁ ଆସନ୍ତାକାଲି ତୃତୀୟ ଚନ୍ଦ୍ର ତେଣୁ  ପରିଶ୍ରମ ସାମାନ୍ୟ ଅଧିକ ରହିବ । କାର୍ଯ୍ୟ କ୍ଷେତ୍ରରେ ଗୁରୁବାର ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।ବ୍ୟବସାୟରେ ଦେଖି ରଖି କାର୍ଯ୍ୟ କରନ୍ତୁ ।ମିଥୁନ - ଆଳସ୍ୟର ବଶବର୍ତ୍ତୀ ହେବେ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ ହେଲେ ମଧ୍ୟ ପରିଶ୍ରମର ଫଳ ପ୍ରାପ୍ତି ହେବ  । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।  ଆୟରେ ବୃଦ୍ଧି ହେବ ।କର୍କଟ -  ରାଶି ପାଇଁ ଆସନ୍ତାକାଲି ଶ୍ରୀ ଚନ୍ଦ୍ର ।ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି ।ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ। ସିଂହ -  ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ ,ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ। ନୂ

ପରିଶ୍ରମ ସାମାନ୍ୟ ଅଧିକ ରହିବ, ଆୟ ଠାରୁ ବ୍ୟୟ ଅଧିକ ରହିବ

ମେଷ - ଶୁକ୍ଳ ପକ୍ଷ ଚତୁର୍ଥ ଚନ୍ଦ୍ର ହେତୁ ପରିବାରରେ କଳହ ଲଗିପାରେ । ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇ ପାରେ। କରିଥିବା ଆର୍ଥିକ ଯୋଜନା ଅଳ୍ପ ଲାଭ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।

ବୃଷ - ରାଶି ପାଇଁ ଆସନ୍ତାକାଲି ତୃତୀୟ ଚନ୍ଦ୍ର ତେଣୁ  ପରିଶ୍ରମ ସାମାନ୍ୟ ଅଧିକ ରହିବ । କାର୍ଯ୍ୟ କ୍ଷେତ୍ରରେ ଗୁରୁବାର ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।ବ୍ୟବସାୟରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

ମିଥୁନ - ଆଳସ୍ୟର ବଶବର୍ତ୍ତୀ ହେବେ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ ହେଲେ ମଧ୍ୟ ପରିଶ୍ରମର ଫଳ ପ୍ରାପ୍ତି ହେବ  । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।  ଆୟରେ ବୃଦ୍ଧି ହେବ ।

କର୍କଟ -  ରାଶି ପାଇଁ ଆସନ୍ତାକାଲି ଶ୍ରୀ ଚନ୍ଦ୍ର ।ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି ।ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ। 

ସିଂହ -  ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ ,ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ। ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ । 

କନ୍ୟା - ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ ,ଗୃହ ରେ ନିଶ୍ଚିନ୍ତ ଭାବରେ ଶୁଭ କାର୍ଯ୍ୟ ହେବ ।ସର୍ବ କାର୍ଯ୍ୟ ସଫଳ ହେବ । ଧନପ୍ରାପ୍ତିର ଯୋଗ ରହିଛି । ଇଚ୍ଛା କରିଥିବା ବସ୍ତୁକୁ ପ୍ରାପ୍ତ କରିବେ। ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ। 

ତୁଳା - କର୍ମ ଚଞ୍ଚଳ ହେବେ । ଦୂର ଯାତ୍ରାର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ । ମନରେ ଆତ୍ମ ସନ୍ତୋଷ ଲାଗି ରହିବ । ଗୁରୁବାର ଆପଣ କାମ କରିବାକୁ ନୂଆ ସୁଯୋଗ ପାଇବେ   । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ ।

ବିଛା - ଶୁକ୍ଳ ପକ୍ଷ ନବମ ଚନ୍ଦ୍ର ଭୋଗ ହେତୁ ସେବା ପୂଜାରେ ମନୋନିବେଶ କରିବେ । ପରୋପକାର କରି ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଆସନ୍ତାକାଲି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ ।  ଲାଗି ରହିଥିବା ମାଲି ମୋକଦ୍ଦମାର  ଅନ୍ତ ଘଟିବ ।   ବିଶ୍ରାମ କରିବାକୁ ସମୟ ମିଳିବ ।

ଧନୁ  -  ଅର୍ଥ ବ୍ୟୟର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।

ମକର - ସପ୍ତମ ଚନ୍ଦ୍ର ହେତୁ ସର୍ବ କାର୍ଯ୍ୟ ସିଦ୍ଧି ହେବ ।ବନ୍ଧୁଙ୍କ ସହଯୋଗ ମିଳିବ ।କର୍ମ କ୍ଷେତ୍ରରେ ବୁଦ୍ଧି ବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରି ଦମ୍ପତ୍ତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ ।ବ୍ୟବସାୟରେ ଆୟ ଅଧିକ ହେବ ଓ ସର୍ବ କାର୍ଯ୍ୟ ସମ୍ପୂର୍ଣ ହେବ ।

କୁମ୍ଭ  - ଷଷ୍ଠ ଚନ୍ଦ୍ର ହେଲେ ସବୁ ପ୍ରକାର ଶୁଭ ଦାୟକ ।ଏହାର ଅର୍ଥ ଆଜି କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ । ଧର୍ମ କର୍ମରେ ମନୋନିବେଶ କରିବେ ।ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ ।ବ୍ୟବସାୟ ରେ ଲାଭ ଯୋଗ ରହିଛି । 

ମୀନ - ଅର୍ଥ ବିଷୟରେ ଚିନ୍ତା କରିବେ । ଅନାଦର ପାଇବେ ଦୁଃଖ ଅନୁଭବ କରିବେ । ବନ୍ଧୁଙ୍କ ସହ କିଛି ଦିନ ବିଶେଷ ଆଲୋଚନାରେ ଦିନରେ କଟିବ ।ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି।ବିଦ୍ୟାର୍ଥୀ ମାନେ ନିଶ୍ଚିନ୍ତ ଖୁସି ଖବର ପାଇବେ।