ଆଦିବାସୀ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ସଭା ଏମ୍ପି
ପାଟଣାଗଡ, ୩୦।୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ବ୍ଲକ ମୁଣ୍ଡାପଲା ଗାଁରେ ଅଖିଳ ଭାରତୀୟ ଗଣ୍ଡାୱାନ (ଗଣ୍ଡ) ସମାଜର ଆଦିବାସୀ ଭବନର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି ଆଦିବାସୀ ଭବନଟି ଏମପି ଲାଣ୍ଡ ରାଜ୍ୟ ସଭା ଏମ୍ପି ପାଣ୍ଠିରୁ ୪ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ଏମ୍ପି ନିରଞ୍ଜନ ବିଶି ଯୋଗଦେଇଥିଲେ। ଏହି ଆଦିବାସୀ ଭବନଟି ନିର୍ମାଣ ହେଲେ ସମସ୍ତଙ୍କ […] The post ଆଦିବାସୀ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ସଭା ଏମ୍ପି appeared first on Dharitri Odia News.
ପାଟଣାଗଡ, ୩୦।୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ବ୍ଲକ ମୁଣ୍ଡାପଲା ଗାଁରେ ଅଖିଳ ଭାରତୀୟ ଗଣ୍ଡାୱାନ (ଗଣ୍ଡ) ସମାଜର ଆଦିବାସୀ ଭବନର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି ଆଦିବାସୀ ଭବନଟି ଏମପି ଲାଣ୍ଡ ରାଜ୍ୟ ସଭା ଏମ୍ପି ପାଣ୍ଠିରୁ ୪ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ଏମ୍ପି ନିରଞ୍ଜନ ବିଶି ଯୋଗଦେଇଥିଲେ। ଏହି ଆଦିବାସୀ ଭବନଟି ନିର୍ମାଣ ହେଲେ ସମସ୍ତଙ୍କ ପାଇଁ ସୁବିଧା ଓ ଭଲ ହେବବୋଲି ସମାଜର କର୍ମକର୍ତ୍ତାମାନେ କହିଛନ୍ତି । କାର୍ଯ୍ୟକ୍ରମରେ ମୁଣ୍ଡାପଲା ସର୍କଲ ସଭାପତି ଗୁଲେଖ ଧରୁଆ ଓ ସମ୍ପାଦକ ତପି କୁମୁରା , ଚମ୍ପେଶ୍ୱର ଧରୁଆ , ଧନଜୟ ଭୋଇ , ଭୀଷ୍ମ ମଲ୍ଲିକ , ଚନ୍ଦ୍ର ସଲତର , ରଘୁନାଥ ମଲ୍ଲିକ ଙ୍କ ସମେତ ସମାଜର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
The post ଆଦିବାସୀ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟ ସଭା ଏମ୍ପି appeared first on Dharitri Odia News.