ବୀରମହାରାଜପୁର ରୁ ପଦ୍ମନାଭ ଙ୍କୁ ପ୍ରାର୍ଥୀ କଲା ବିଜେଡି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ବିଜେଡି ତାର ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଘୋଷଣା କରିଛି। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ସଂରକ୍ଷିତ ଆସନ ପାଇଁ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି ବିଜେଡି। ଆଜି ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ବୀରମହାରଜପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇ ଥିବାବେଳେ ସମର୍ଥକ […] The post ବୀରମହାରାଜପୁର ରୁ ପଦ୍ମନାଭ ଙ୍କୁ ପ୍ରାର୍ଥୀ କଲା ବିଜେଡି appeared first on Odisha.News.

ବୀରମହାରାଜପୁର ରୁ ପଦ୍ମନାଭ ଙ୍କୁ ପ୍ରାର୍ଥୀ କଲା ବିଜେଡି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ବିଜେଡି ତାର ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଘୋଷଣା କରିଛି। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ସଂରକ୍ଷିତ ଆସନ ପାଇଁ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି ବିଜେଡି। ଆଜି ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ବୀରମହାରଜପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇ ଥିବାବେଳେ ସମର୍ଥକ ମାନେ ବାଣ ଫୁଟାଇ ଖୁସି ମନାଇଥିବା ଦେଖାଯାଇଛି। ଟିକେଟ ପାଇବା ପରେ ପଦ୍ମନାଭ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ପୁର୍ବରୁ ଶ୍ରୀ ବେହେରା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଜେଡ଼ି ବିଧାୟକ ହୋଇ ସାରିଛନ୍ତି। ଗତ ସାଧରଣ ନିର୍ବାଚନରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ୬୫୨୦୨, ବିଜେପି ପ୍ରାର୍ଥି ରଘୁନାଥ ଜଗଦଲା ୫୨୧୪୫, କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦ ପାତ୍ର ୪୦,୭୩୫ଭୋଟ ପାଇଥିଲେ।

The post ବୀରମହାରାଜପୁର ରୁ ପଦ୍ମନାଭ ଙ୍କୁ ପ୍ରାର୍ଥୀ କଲା ବିଜେଡି appeared first on Odisha.News.