ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ବିୟୋଗ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ ଗ୍ରାମର ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ବିଶ୍ବାଳ ଙ୍କ 87 ବର୍ଷ ବୟସ ରେ ପରଲୋକ ହୋଇଯାଇଛି। । ସ୍ୱର୍ଗତ ବିଶ୍ବାଳ ପଞ୍ଚସାଶନୀ ବ୍ରାହ୍ମଣ ସମାଜର ଜଣେ ସୁଦକ୍ଷ ସଂଗଠକ ଥିବାବେଲେ ଗଣିତ ଶିକ୍ଷକ ଭାବରେ ତାଙ୍କର ସାରା ସମ୍ବଲପୁର ସହରରେ ସୁନାମ ରହିଥିଲା। ଜଣେ ନାଟ୍ୟକାର ଭାବରେ ଆଗାମୀ ପିଢ଼ି ତାଙ୍କୁ ସବୁଦିନ ପାଇଁ ମନେ ରଖିବ। ଜଣ ଗଣନାରେ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର […] The post ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ବିୟୋଗ। appeared first on Odisha.News.

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ବିୟୋଗ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ ଗ୍ରାମର ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ବିଶ୍ବାଳ ଙ୍କ 87 ବର୍ଷ ବୟସ ରେ ପରଲୋକ ହୋଇଯାଇଛି। । ସ୍ୱର୍ଗତ ବିଶ୍ବାଳ ପଞ୍ଚସାଶନୀ ବ୍ରାହ୍ମଣ ସମାଜର ଜଣେ ସୁଦକ୍ଷ ସଂଗଠକ ଥିବାବେଲେ ଗଣିତ ଶିକ୍ଷକ ଭାବରେ ତାଙ୍କର ସାରା ସମ୍ବଲପୁର ସହରରେ ସୁନାମ ରହିଥିଲା। ଜଣେ ନାଟ୍ୟକାର ଭାବରେ ଆଗାମୀ ପିଢ଼ି ତାଙ୍କୁ ସବୁଦିନ ପାଇଁ ମନେ ରଖିବ। ଜଣ ଗଣନାରେ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା। ତାଙ୍କ ଦ୍ବାରା ରଚିତ 8 ଟି ସମ୍ବଲପୁରୀ ନାଟକ ରେଡ଼ିଓ ଷ୍ଟେସନର ସଂପ୍ରସାରଣ ହୋଇଥିଲା ।ତାଙ୍କ ଶିଷ୍ୟ ମାନେ ଏହି ନାଟକ ଗୁଡ଼ିକୁ ପରିବେଷଣ କରିଥିଲେ ।ସମ୍ବଲପୁର ଟାଉନ ର ବିଭିନ୍ନ ମଧ୍ୟ ଇଂରାଜୀ ବିଦ୍ୟାଳୟର ରେ ଶିକ୍ଷକତା କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ତିନି ପୁଅ , ଦୁଇ ଝିଅ ନାତି ନାତୁଣୀ ଉପସ୍ଥିତ ଥିଲେ। ଗାଁ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କର ବଡ ପୁଅ ଦେବେନ୍ଦ୍ର ବିଶ୍ଵାଳ ମୁଖାଗ୍ନି ଦେଇଥିଲେ।

The post ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ବିୟୋଗ। appeared first on Odisha.News.