ଘଟଗାଁ ତାରିଣୀ ମନ୍ଦିର ହେବ ଦେଶର ପର୍ଯ୍ୟଟନ କ୍ଷେତ୍ର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେଉଁଝର:ଝଟକିବ ଘଟଗାଁ ତାରିଣୀ ମନ୍ଦିର।ରାଜ୍ୟର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର।ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ କରି ମୋହନ ଚରଣ ମାଝୀ ଏହି ବିଶ୍ୱାସ ଦେଇଛନ୍ତି। ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିଲେ। ମା’ ତାରିଣୀଙ୍କ ପୀଠ ଯେପରି ସାରା ଦେଶରେ ବ୍ୟାପକ ହୋଇପାରିବ, ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀ […] The post ଘଟଗାଁ ତାରିଣୀ ମନ୍ଦିର ହେବ ଦେଶର ପର୍ଯ୍ୟଟନ କ୍ଷେତ୍ର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Odisha.News.

ଘଟଗାଁ ତାରିଣୀ ମନ୍ଦିର ହେବ ଦେଶର ପର୍ଯ୍ୟଟନ କ୍ଷେତ୍ର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେଉଁଝର:ଝଟକିବ ଘଟଗାଁ ତାରିଣୀ ମନ୍ଦିର।ରାଜ୍ୟର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର।ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ କରି ମୋହନ ଚରଣ ମାଝୀ ଏହି ବିଶ୍ୱାସ ଦେଇଛନ୍ତି।
ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିଲେ। ମା’ ତାରିଣୀଙ୍କ ପୀଠ ଯେପରି ସାରା ଦେଶରେ ବ୍ୟାପକ ହୋଇପାରିବ, ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀ ହୋଇପାରିବ, ସେଥିପାଇଁ ଏ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ। ତାରିଣୀ ପୀଠର ବିକାଶ ଓ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଅପିଲ କରିବେ। ଏବେ ପୀଠର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିମୟରେ କାମ ଚାଲିଛି। ଏହାକୁ ପରିପୂର୍ଣ୍ଣ କରିବାକୁ ଅଧିକ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୀଠର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ୧୦୦ କୋଟିର ଏହି ବଜେଟକୁ ଯଥାଶୀଘ୍ର ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମିନି ଷ୍ଟାଡିଅମରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ପ୍ରୋଟୋକଲ ଅନୁଯାୟୀ ଗାର୍ଡ ଅଫ ଅର୍ନର ଦିଆଯିବା ପରେ ଦଳୀୟ କର୍ମୀ ପାଛୋଟି ନେଇଥିଲେ ସେଠାରେ ପ୍ରାୟ ୨୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ସେଠାରୁ ଏକ ମୋଟର ସାଇକେଲ ରାଲିରେ ମନ୍ଦିର ଅଭିମୁଖେ ଯାଇଥିଲେ। ବାଟରେ ଆଦିବାସୀ ନୃତ୍ୟ ଗୀତନାଚରେ ରାସ୍ତା ପ୍ରକମ୍ପିତ ହୋଇଥିଲା। ମନ୍ଦିରରେ ଦିନ ୧୨ଟାରେ ପହଞ୍ଚିବା ପରେ ପୂଜକ ପ୍ରଦୀପ ଦେହୁରୀ, ରବୀନ୍ଦ୍ର ଦେହୁରୀ, ଯଯାତି ଦେହୁରୀ ଓ ଶ୍ୟାମସୁନ୍ଦର ଦେହୁରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ, ଗୋତ୍ରରେ ନଡ଼ିଆ ଭୋଗ ଲାଗିକରିଥିଲେ। ତାଙ୍କ ସହ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ନାୟକ ଓ ତେଲକୋଇ ବିଧାୟକ ଫକୀର ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

The post ଘଟଗାଁ ତାରିଣୀ ମନ୍ଦିର ହେବ ଦେଶର ପର୍ଯ୍ୟଟନ କ୍ଷେତ୍ର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Odisha.News.