କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ଶବ

କଳାହାଣ୍ଡି,୦୮/୦୧-ଦାଦନ ରୋକିବାକୁ ମନରେଗା ଯୋଜନାରେ ଶହଶହ କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଆଜି ବି ଦାଦନ ସଂଖ୍ୟା ହ୍ରାସ ପାଉନାହିଁ। ଏପରିକି ଦିନାତିଦିନ କଳାହାଣ୍ଡିରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ନିର୍ଯାତିତ ହୋଇ ଫେରୁଛନ୍ତି ତ କେବେ ଶୋକାକୁଳ ପରିସ୍ଥିତିରେ ସେମାନଙ୍କ ମୃତଦେହ ଘରକୁ ଫେରୁଛି। ଏହିପରି ଭାବେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ସିନ୍ଧିପଦର ଗାଁର ଟୁନା ସୁନା ନାମକ ଜଣେ ଯୁବକଙ୍କର କେରଳ ରାଜ୍ୟ ମୂଲରକେରାଠାରେ ଏକ […] The post କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ଶବ appeared first on Odisha.News.

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ଶବ

କଳାହାଣ୍ଡି,୦୮/୦୧-ଦାଦନ ରୋକିବାକୁ ମନରେଗା ଯୋଜନାରେ ଶହଶହ କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଆଜି ବି ଦାଦନ ସଂଖ୍ୟା ହ୍ରାସ ପାଉନାହିଁ। ଏପରିକି ଦିନାତିଦିନ କଳାହାଣ୍ଡିରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ନିର୍ଯାତିତ ହୋଇ ଫେରୁଛନ୍ତି ତ କେବେ ଶୋକାକୁଳ ପରିସ୍ଥିତିରେ ସେମାନଙ୍କ ମୃତଦେହ ଘରକୁ ଫେରୁଛି। ଏହିପରି ଭାବେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ସିନ୍ଧିପଦର ଗାଁର ଟୁନା ସୁନା ନାମକ ଜଣେ ଯୁବକଙ୍କର କେରଳ ରାଜ୍ୟ ମୂଲରକେରାଠାରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ମିଳିଛି। ଦାଦନ ଖଟିବାକୁ ଯାଇଥିବା ଟୁନା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବାବେଳେ ଅର୍ଥାଭାବ ଯୋଗୁଁ ତାଙ୍କ ଶବ ଗାଁକୁ ଫେରାଇ ଅଣାଯାଇପାରୁନାହିଁ। ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ନିଜ ପୁଅର ଶବ ଫେରାଇ ଆଣିବାକୁ ପ୍ରଶାସନ ଓ ଶ୍ରମ ବିଭାଗ ନିକଟରେ ଟୁନାଙ୍କ ବାପା ବିଷ୍ଣୁ ସୁନା ଆକୁଳ ଗୁହାରି କରିଛନ୍ତି।

The post କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ଶବ appeared first on Odisha.News.