ଦାମୀ ଡ୍ରେସ୍‌ ଚୋରାଇ ଚର୍ଚ୍ଚାରେ ମହିଳା ଏମ୍‌ପି, ଅଭିଯୋଗ ପରେ ଦେଲେ ଇସ୍ତଫା

ଓ୍ବେଲିଂଟନ,୧୬।୧: ଚର୍ଚ୍ଚାରେ ନ୍ୟୁଜିଲାଣ୍ଡର ଆଉ ଜଣେ ଏମ୍‌ପି। ହେଲେ ସେ ସଂସଦରେ ଗୀତ ଗାଇ କିମ୍ବା ଭାଷଣ ଦେଇ ନୁହେଁ ବରଂ ଚୋରି ଅଭିଯୋଗକୁ ନେଇ ଖବର ଶିରୋନାମାରେ ଅଛନ୍ତି। ଅଜବ ଲାଗିଲେ ହେଁ ଘଟଣାଟି ସତ୍ୟ। ଏମ୍‌ପିଜଣଙ୍କ ହେଲେ ଗୋଲରିଜ ଘରମାନ। ସେ ସେଣ୍ଟର-ଲେଫ୍ଟ ଗ୍ରୀନ ପାର୍ଟୀର ହୋଇଥିବା ବେଳେ ନ୍ୟାୟିକ ମୁଖପାତ୍ର ଅଛନ୍ତି। ଏକ ଦୋକାନରୁ ଦାମୀ ଡ୍ରେସ୍‌ ଚୋରି କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏନେଇ ସେ ଅନୁସନ୍ଧାନ ଘେରକୁ […] The post ଦାମୀ ଡ୍ରେସ୍‌ ଚୋରାଇ ଚର୍ଚ୍ଚାରେ ମହିଳା ଏମ୍‌ପି, ଅଭିଯୋଗ ପରେ ଦେଲେ ଇସ୍ତଫା appeared first on Dharitri Odia News.

ଦାମୀ ଡ୍ରେସ୍‌ ଚୋରାଇ ଚର୍ଚ୍ଚାରେ ମହିଳା ଏମ୍‌ପି, ଅଭିଯୋଗ ପରେ ଦେଲେ ଇସ୍ତଫା

ଓ୍ବେଲିଂଟନ,୧୬।୧: ଚର୍ଚ୍ଚାରେ ନ୍ୟୁଜିଲାଣ୍ଡର ଆଉ ଜଣେ ଏମ୍‌ପି। ହେଲେ ସେ ସଂସଦରେ ଗୀତ ଗାଇ କିମ୍ବା ଭାଷଣ ଦେଇ ନୁହେଁ ବରଂ ଚୋରି ଅଭିଯୋଗକୁ ନେଇ ଖବର ଶିରୋନାମାରେ ଅଛନ୍ତି। ଅଜବ ଲାଗିଲେ ହେଁ ଘଟଣାଟି ସତ୍ୟ। ଏମ୍‌ପିଜଣଙ୍କ ହେଲେ ଗୋଲରିଜ ଘରମାନ। ସେ ସେଣ୍ଟର-ଲେଫ୍ଟ ଗ୍ରୀନ ପାର୍ଟୀର ହୋଇଥିବା ବେଳେ ନ୍ୟାୟିକ ମୁଖପାତ୍ର ଅଛନ୍ତି। ଏକ ଦୋକାନରୁ ଦାମୀ ଡ୍ରେସ୍‌ ଚୋରି କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏନେଇ ସେ ଅନୁସନ୍ଧାନ ଘେରକୁ ଆସିବା ପରେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏହି ଅଭିଯୋଗ ଗମ୍ଭୀର, ସେ ଏଥିଲାଗି ଦୁଃଖିତ, ଚାପଗ୍ରସ୍ତ ହୋଇ ସେ ଇସ୍ତଫା ଦେଉଥିବା କହିଛନ୍ତି।

ଏମ୍‌ପି ଗୋଲରିଜଙ୍କ ନାମରେ ଆସିଛି ୩ ଅଭିଯୋଗ। ୨୦୨୩ର ଅଭିଯୋଗ ମଧ୍ୟରୁ ଦୁଇଟି ଅକଲ୍ୟାଣ୍ଡର ମହଙ୍ଗା ପୋଷାକ ଦୋକାନର ହୋଇଥିବା ବେଳେ ଗୋଟିଏ ଏକ ଖୁଚୁରା ପୋଷାକ ଦୋକାନ। ଏନେଇ ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ ଚାଲିଛି। ଜଣେ ଏମ୍‌ପିଙ୍କଠାରୁ ଏଭଳି ଘଟଣା ଆଶା କରାଯାଏ ନାହିଁ ବୋଲି ଅନେକେ କହୁଛନ୍ତି।

The post ଦାମୀ ଡ୍ରେସ୍‌ ଚୋରାଇ ଚର୍ଚ୍ଚାରେ ମହିଳା ଏମ୍‌ପି, ଅଭିଯୋଗ ପରେ ଦେଲେ ଇସ୍ତଫା appeared first on Dharitri Odia News.