୪ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଏହି ପଦ
ନୂଆଦିଲ୍ଲୀ,୨୦।୬: କେନ୍ଦ୍ରରେ ମୋଦି ସରକାର ୩.୦ ଗଠନ ପରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏହି କ୍ରମରେ ଗୁରୁବାର ଚାରିଜଣ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏବଂ ଗୃହ, ନଗର ବ୍ୟାପାର, ଶକ୍ତି ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅଛନ୍ତି। ନିତିନ ଗଡକରୀଙ୍କ […] The post ୪ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଏହି ପଦ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୬: କେନ୍ଦ୍ରରେ ମୋଦି ସରକାର ୩.୦ ଗଠନ ପରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏହି କ୍ରମରେ ଗୁରୁବାର ଚାରିଜଣ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏବଂ ଗୃହ, ନଗର ବ୍ୟାପାର, ଶକ୍ତି ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅଛନ୍ତି।
ନିତିନ ଗଡକରୀଙ୍କ ବ୍ୟକ୍ତିଗତ ସଚିବ ଦୀପକ ଅର୍ଜୁନ ଶିନ୍ଦେଙ୍କୁ ରଖାଯାଇଛି। ଦୀପକ ୨୦୧୨ ବ୍ୟାଚର ଆଇଏଏସ୍ ଅଧିକାରୀ। ୨୦୧୧ ବ୍ୟାଚ ଆଇଏଏସ ଅଧିକାରୀ ବିଜୟ ଦତ୍ତଙ୍କୁ ମନୋହର ଲାଲ ଖଟ୍ଟରଙ୍କ ବ୍ୟକ୍ତିଗତ ସଚିବ କରାଯାଇଛି। ରସାଲ ଦ୍ୱିବେଦୀଙ୍କୁ ହରଦୀପ ସିଂ ପୁରୀର ବ୍ୟକ୍ତିଗତ ସଚିବ କରାଯାଇଛି, ରସାଲ ଜଣେ ଆଇଆରଏସ ଅଧିକାରୀ। ଏହା ବ୍ୟତୀତ ଗିରିରାଜ ସିଂଙ୍କ ବ୍ୟକ୍ତିଗତ ସଚିବ ରମଣ କୁମାରଙ୍କୁ ତାଙ୍କ ସହ ରଖାଯାଇଛି। ରମଣ ହେଉଛନ୍ତି ବିହାର କ୍ୟାଡରର ୨୦୦୯ ବ୍ୟାଚ ଆଇଏଏସ୍ ଅଧିକାରୀ।
The post ୪ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଏହି ପଦ appeared first on Dharitri Odia News.