ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ
ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା ବିପତ୍ତିବେଳେ ମହାନ କାର୍ଯ୍ୟ କରି, ଓଡ଼ିଆଙ୍କ ତ୍ରାଣକର୍ତ୍ତା ସାଜିଥିବା ଅନେକ ବରପୁତ୍ରଙ୍କ କୀର୍ତ୍ତି ସମ୍ପର୍କରେ ରାଜ୍ୟର ଯୁବପିଢିଙ୍କୁ ଅବଗତ କରିବା ଉଦେଶ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯଇଛି। ଏହାର ଦ୍ୱାଦଶ ଦିବସରେ ଶନିବାର ବରଗଡ଼ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲା ପ୍ରଶାସନ ପକ୍ଷରୁ […] The post ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ appeared first on Dharitri Odia News.
ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା ବିପତ୍ତିବେଳେ ମହାନ କାର୍ଯ୍ୟ କରି, ଓଡ଼ିଆଙ୍କ ତ୍ରାଣକର୍ତ୍ତା ସାଜିଥିବା ଅନେକ ବରପୁତ୍ରଙ୍କ କୀର୍ତ୍ତି ସମ୍ପର୍କରେ ରାଜ୍ୟର ଯୁବପିଢିଙ୍କୁ ଅବଗତ କରିବା ଉଦେଶ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯଇଛି। ଏହାର ଦ୍ୱାଦଶ ଦିବସରେ ଶନିବାର ବରଗଡ଼ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନାଚକ୍ର ତଥା ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ଜିଲାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ସ୍ଥାନୀୟ ଲେଖକ, କବି, ଶିକ୍ଷାବିତ ଏବଂ ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇ ବରଗଡ଼ ଜିଲା ତଥା ଓଡ଼ିଶାର ଅନନ୍ୟ ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ଏବଂ ବରଗଡ଼ ଜିଲାର ବରପୁତ୍ରଙ୍କ ବିଷୟରେ ଅବଗତ କରି ତାଙ୍କ ଜୀବନୀକୁ ନିଜ ଦୈନନ୍ଦିନ ଜୀବନରେ ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ଜିଲା ସଂସ୍କୃତି ଅଧିକାରୀ ତାହିର ହୁସେନଙ୍କ ସମେତ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଲେଖକ ମନୋରଞ୍ଜନ ମେହେର, ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଦୀପ ହୋତା, ବରିଷ୍ଟ ସାହିତ୍ୟକ ଅଶୋକ କୁମାର ପୁଜାହାରୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷାୟତ୍ରୀ ଶାନ୍ତି ସୁନା ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଓଡ଼ିଶାର ବିଶିଷ୍ଟ ବରପୁତ୍ରମାନଙ୍କ ବିଷୟରେ ଅବଗତ କରିଥିଲେ। ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ଅଧ୍ୟାପକ ଡଃ ଜଗଦୀଶ ମିଶ୍ର ବରଗଡ଼ ଜିଲାର ପ୍ରମୁଖ ଲେଖକ ଏବଂ ସ୍ବାଧୀନତା ସଂଗ୍ରାମୀଙ୍କ ଇତିହାସ ବିଷୟରେ ଅବଗତ କରିଥିଲେ ।
The post ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ appeared first on Dharitri Odia News.