ଇନ୍ଦ୍ରାବତୀ କେନାଲରେ ଘାଇ: ଲୋକଙ୍କ ଘରେ ପଶିଲା ପାଣି
ଭବାନୀପାଟଣା,୪।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦେପୁର ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ରବିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲରୁ ପାଣି ନିଷ୍କାସନ ହୋଇ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହେଇଛି। ସେହିପରି ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବା ସୂଚନା ମିଳିଛି । ମିକିଥିବା ସୂଚନା ଅନୁସାରେ, ଗତ ଜାନୁୟାରୀ ୮ ତାରିଖରେ ରବି […] The post ଇନ୍ଦ୍ରାବତୀ କେନାଲରେ ଘାଇ: ଲୋକଙ୍କ ଘରେ ପଶିଲା ପାଣି appeared first on Dharitri Odia News.
ଭବାନୀପାଟଣା,୪।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦେପୁର ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ରବିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲରୁ ପାଣି ନିଷ୍କାସନ ହୋଇ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହେଇଛି। ସେହିପରି ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବା ସୂଚନା ମିଳିଛି । ମିକିଥିବା ସୂଚନା ଅନୁସାରେ, ଗତ ଜାନୁୟାରୀ ୮ ତାରିଖରେ ରବି ଫସଲ ପାଇଁ ଉଭୟ ବାମ, ଦକ୍ଷିଣ ଓ ଲିଫ୍ଟ କେନାଲରେ ପାଣି ଛଡା ଯାଇଥିଲା। ହେଲେ ଏହାର କିଛି ଦିନ ଭିତରେ ଦକ୍ଷିଣ କେନାଲରେ ଘାଇ ସୃଷ୍ଟି ହୋଇଛି। ଖବରପାଇ ଘଟଣା ସ୍ଥଳରେ କଲମପୁର ବ୍ଲକ ତହସିଲଦାର, ବିଡ଼ିଓ, ବିଭାଗୀୟ ଅଧିକାରୀ ପହଞ୍ଚି ତଦାରଖ ଆରମ୍ଭ କରିଛନ୍ତି।
The post ଇନ୍ଦ୍ରାବତୀ କେନାଲରେ ଘାଇ: ଲୋକଙ୍କ ଘରେ ପଶିଲା ପାଣି appeared first on Dharitri Odia News.