ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ

ମୋହନା,୧୪।୪(ମନ୍ମଥ ମିଶ୍ର): ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏହି ପବିତ୍ର ଦିନରେ ଉତ୍ସବ ମୁଖର ହୋଇ ଉଠିଛି ଶୈବପୀଠ। ଶ୍ରଦ୍ଧାଳୁ ଅନେକ ଆଶା ଓ ବିଶ୍ୱାସ ନେଇ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରୁଛନ୍ତି। ହେଲେ ସୋମବାର କିଛି ଭକ୍ତ ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଶିବ ମନ୍ଦିରକୁ ଯାଇ ଦର୍ଶନ କରୁଥିବା ବେଳେ ହଟାତ୍‌ ବାଘୁଆ ମହୁମାଛି ଅତର୍କିତ ଭାବେ ଆକ୍ରମଣ କରିଥିଲା। ମହୁମାଛି ଆକ୍ରମଣରେ ୩ଜଣ […] The post ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ appeared first on Dharitri Odia News.

ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ

ମୋହନା,୧୪।୪(ମନ୍ମଥ ମିଶ୍ର): ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏହି ପବିତ୍ର ଦିନରେ ଉତ୍ସବ ମୁଖର ହୋଇ ଉଠିଛି ଶୈବପୀଠ। ଶ୍ରଦ୍ଧାଳୁ ଅନେକ ଆଶା ଓ ବିଶ୍ୱାସ ନେଇ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରୁଛନ୍ତି। ହେଲେ ସୋମବାର କିଛି ଭକ୍ତ ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଶିବ ମନ୍ଦିରକୁ ଯାଇ ଦର୍ଶନ କରୁଥିବା ବେଳେ ହଟାତ୍‌ ବାଘୁଆ ମହୁମାଛି ଅତର୍କିତ ଭାବେ ଆକ୍ରମଣ କରିଥିଲା।

ମହୁମାଛି ଆକ୍ରମଣରେ ୩ଜଣ ଶ୍ରଦ୍ଧାଳୁ ଗୁରୁତର ଥିବା ବେଳେ ୨୦ରୁ ଊଦ୍ଦର୍‌ବ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରେ ଛୋଟ ଛୁଆ ଥିବା ଜଣାପଡିଛି। ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ (୪୦), କାମେଶ୍ୱର ଦାସ(୪୭) ଅମ୍ରିତା ଦାସ(୧୫) ଗୁରୁତର ଥିବା ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଜୟ ପ୍ରକାଶ ପଣ୍ଡା କହିଛନ୍ତି ।

The post ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ appeared first on Dharitri Odia News.