ମୁଣ୍ଡରେ ଏହି ତେଲ ଲଗାନ୍ତି ମେଗାଷ୍ଟାାର ଅମିତାଭ ବଚ୍ଚନ
ବଲିଉଡ ସୁପରଷ୍ଟାର ନବ୍ୟା ନଭେଲି ନନ୍ଦା ତାଙ୍କ ପୋଡକାଷ୍ଟର ‘ହ୍ବାଟ୍ସ ଦ ହେଲ୍ ନବ୍ୟା ସିଜିନ ୨’ର ଏକ ନୂଆ ଏପିସୋଡ ସହିତ ଫେରିଛନ୍ତି। ଏହି ପୋଡକାଷ୍ଟରେ ସେ ତାଙ୍କ ଆଇ ଜୟା ବଚ୍ଚନ ଏବଂ ମା’ ଶ୍ୱେତା ବଚ୍ଚନଙ୍କ ସହ ସୌନ୍ଦର୍ଯ୍ୟ ଟିପ୍ସ ବିଷୟରେ ଆଲୋଚନା କରିଥିଲେ। ତାଙ୍କ ବାର୍ତ୍ତାଳାପ ସମୟରେ ଶ୍ୱେତା ତାଙ୍କ ପିତା ତଥା ହିନ୍ଦୀ ସିନେମା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ମଜାଦାର କଥା ପ୍ରକାଶ କରିଥିଲେ। ଅମିତାଭ ବଚ୍ଚନ […] The post ମୁଣ୍ଡରେ ଏହି ତେଲ ଲଗାନ୍ତି ମେଗାଷ୍ଟାାର ଅମିତାଭ ବଚ୍ଚନ appeared first on Dharitri Odia News.
ବଲିଉଡ ସୁପରଷ୍ଟାର ନବ୍ୟା ନଭେଲି ନନ୍ଦା ତାଙ୍କ ପୋଡକାଷ୍ଟର ‘ହ୍ବାଟ୍ସ ଦ ହେଲ୍ ନବ୍ୟା ସିଜିନ ୨’ର ଏକ ନୂଆ ଏପିସୋଡ ସହିତ ଫେରିଛନ୍ତି। ଏହି ପୋଡକାଷ୍ଟରେ ସେ ତାଙ୍କ ଆଇ ଜୟା ବଚ୍ଚନ ଏବଂ ମା’ ଶ୍ୱେତା ବଚ୍ଚନଙ୍କ ସହ ସୌନ୍ଦର୍ଯ୍ୟ ଟିପ୍ସ ବିଷୟରେ ଆଲୋଚନା କରିଥିଲେ। ତାଙ୍କ ବାର୍ତ୍ତାଳାପ ସମୟରେ ଶ୍ୱେତା ତାଙ୍କ ପିତା ତଥା ହିନ୍ଦୀ ସିନେମା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ମଜାଦାର କଥା ପ୍ରକାଶ କରିଥିଲେ।
ଅମିତାଭ ବଚ୍ଚନ ପରିବାରରେ ମହିଳାଙ୍କ ଛୋଟ କେଶ ପସନ୍ଦ କରନ୍ତି ନାହିଁ। ପିଲାଦିନେ ମୁଁ ନିଜ କେଶକୁ ଛୋଟ କରିଦେଲେ ପିତା ରାଗୁଥିଲେ। ସେ ଲମ୍ବା କେଶକୁ ପସନ୍ଦ କରନ୍ତି, ଯେତେବେଳେ ଆମ ମଧ୍ୟରୁ କେହି ତାଙ୍କ କେଶ କାଟନ୍ତି ସେତେବେଳେ ସେ ଏହାକୁ ପସନ୍ଦ କରନ୍ତି ନାହିଁ ବୋଲି କୁହନ୍ତି ଶ୍ୱେତା
ପୋଡକାଷ୍ଟ ସମୟରେ ନବ୍ୟା ନଭେଲି ମଧ୍ୟ ଅମିତାଭ ବଚ୍ଚନ କ’ଣ ବ୍ୟବହାର କରିବାକୁ ପସନ୍ଦ କରନ୍ତି ବୋଲି ପଚାରିଥିଲେ। ଏହା ଉପରେ ଜୟା ବଚ୍ଚନ ଉତ୍ତର ଦେଇଥିଲେ ଯେ ସୋରିଷ ତେଲ। ଅମିତାଭ ବଚ୍ଚନ ସୋରିଷ ତେଲ ବ୍ୟବହାର କରିବାକୁ ପସନ୍ଦ କରନ୍ତି କାରଣ ଏହା ଶରୀର ପାଇଁ ଏକ ମଶ୍ଚରାଇଜର ଅଟେ। ୟୁପିରେ ଏହା ତାଙ୍କର ଏକ ବିଶେଷ ଅଭ୍ୟାସ ଜୟା କହିଥିଲେ।
The post ମୁଣ୍ଡରେ ଏହି ତେଲ ଲଗାନ୍ତି ମେଗାଷ୍ଟାାର ଅମିତାଭ ବଚ୍ଚନ appeared first on Dharitri Odia News.