ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ପ୍ରତିବାଦ ସ୍ବରୂପ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀଙ୍କୁ ଫେରାଇ ଦେବା ଲାଗି […] The post ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ appeared first on Dharitri Odia News.

ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ପ୍ରତିବାଦ ସ୍ବରୂପ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀଙ୍କୁ ଫେରାଇ ଦେବା ଲାଗି ଘୋଷଣା କରିଥିଲେ। ଏହାପରେ ସେ ସିଧା ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଯାଇଥିଲେ। ସେଠାରେ ପୋଲିସ ତାଙ୍କୁ ରୋକିବାରୁ ସେ ଫୁଟପାଥରେ ହିଁ ପଦ୍ମଶ୍ରୀର ପଦକ ରଖି ଚାଲିଆସିଥିବା ଦେଖାଯାଇଛି।

ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଲେଖିଥିବା ଏକ ଚିଠିରେ ବଜରଙ୍ଗ ଉଲ୍ଲେଖ କରିଛନ୍ତି, ଆପଣ ସୁସ୍ଥ ଥିବେ ବୋଲି ଆଶା। ଆପଣ ଅନେକ କାର୍ଯ୍ୟରେ ବ୍ୟସ୍ତ ଥିବେ। ଦେଶର କୁସ୍ତିଯୋଦ୍ଧାମାନଙ୍କ ସମ୍ପର୍କରେ ସେ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି। ବ୍ରିଜ୍‌ଭୂଷଣ ଯୌନ ଶୋଷଣ କରୁଥିବା ଅଭିଯୋଗ କରି ଦେଶର ମହିଳା କୁସ୍ତିଯୋଦ୍ଧାମାନେ ପ୍ରତିବାଦ ସ୍ବରୂପ ଗତ ଜାନୁୟାରୀରେ ଧାରଣାରେ ବସିଥିଲେ। ଆପଣ ନିଶ୍ଚୟ ଏ ବିଷୟରେ ଅବଗତ ଥିବେ। ଧାରଣାରେ ସେ ନିଜେ ମଧ୍ୟ ବସିଥିଲେ। ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରଦର୍ଶନକୁ ସ୍ଥଗିତ ରଖାଯାଇଥିଲା। ସରକାରଙ୍କ ପ୍ରତିଶ୍ରୁତି ୩ ମାସ ବିତି ଯାଇଥିଲେ ସୁଦ୍ଧା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ପୋଲିସ ଅତିକମ୍‌ରେ ଏକ ଏଫ୍‌ଆଇଆର୍‌ ଦରଜ କରି ନ ଥିଲା। ଫଳତଃ ଏପ୍ରିଲରେ ଆମକୁ ପୁଣି ରାସ୍ତାକୁ ଓହ୍ଲାଇବାକୁ ପଡ଼ିଥିଲା। ଜାନୁୟାରୀରେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଅଭିଯୋଗକାରୀଙ୍କ ସଂଖ୍ୟା ୧୯ ରହିଥିଲା। ମାତ୍ର ଏପ୍ରିଲରେ ଏହା ୭କୁ ହ୍ରାସ ପାଇଥିଲା। ଏଥିରୁ ବୁଝାପଡୁଛି ବ୍ରିଜ୍‌ଭୂଷଣ ୧୨ଜଣ କୁସ୍ତିଯୋଦ୍ଧାଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରିଛନ୍ତି।