ପାଣ୍ଡ୍ୟା- ନତାଶାଙ୍କ ହେଲା ଛାଡପତ୍ର, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ମଧ୍ୟରେ ଛାଡପତ୍ର ହୋଇଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନତାଶା ଏହି ସୂଚନା ଦେଇଛନ୍ତି। ନତାଶା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତ। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରାୟ ୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଛନ୍ତି । ନତାଶା ତାଙ୍କ […] The post ପାଣ୍ଡ୍ୟା- ନତାଶାଙ୍କ ହେଲା ଛାଡପତ୍ର, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ… appeared first on Dharitri Odia News.

ପାଣ୍ଡ୍ୟା- ନତାଶାଙ୍କ ହେଲା ଛାଡପତ୍ର, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ମଧ୍ୟରେ ଛାଡପତ୍ର ହୋଇଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନତାଶା ଏହି ସୂଚନା ଦେଇଛନ୍ତି। ନତାଶା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତ। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରାୟ ୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଛନ୍ତି । ନତାଶା ତାଙ୍କ ପୋଷ୍ଟରେ ପୁଅ ଅଗସ୍ତ୍ୟଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ଇନଷ୍ଟାଗ୍ରାମରେ ନତାଶା ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ପ୍ରାୟ ୪ ବର୍ଷ ପରେ ହାର୍ଦ୍ଦିକ ଏବଂ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ଶ୍ରେଷ୍ଠତ୍ୱ ଦେଇଥିଲୁ । କିନ୍ତୁ ବର୍ତ୍ତମାନ ଆମ ଦୁହଁ ଜଣଙ୍କର ଏହି ନିଷ୍ପତ୍ତି। ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା । ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ । ଆମେ ଦୁହେଁ ତାଙ୍କୁ ସମସ୍ତ ସମ୍ଭାବ୍ୟ ସୁଖ ଦେବାକୁ ଚେଷ୍ଟା କରିବୁ ।

ହାର୍ଦ୍ଦିକ ଏବଂ ନତାଶା ଇନଷ୍ଟାଗ୍ରାମରେ ସମାନ ପୋଷ୍ଟ ଶେୟାର କରିଛନ୍ତି। ପାଣ୍ଡ୍ୟା ଏବଂ ନତାଶାଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚାଲିଥିଲା। କିନ୍ତୁ ବର୍ତ୍ତମାନ ଉଭୟ ନିଶ୍ଚିତ କରିଛନ୍ତି। ପାଣ୍ଡ୍ୟା ଏବଂ ନତାଶା ୩୧ ମଇ ୨୦୨୦ରେ ବିବାହ କରିଥିଲେ। ସେହି ବର୍ଷ ତାଙ୍କ ପୁଅ ଅଗସ୍ତ୍ୟ ଜନ୍ମ ହୋଇଥିଲେ। ସେମାନଙ୍କର ଆଇନଗତ ବିବାହ ପରେ ପାଣ୍ଡ୍ୟା ଏବଂ ନତାଶାଙ୍କର ରୀତିନୀତି ସହିତ ବିବାହ ହୋଇଥିଲା।

The post ପାଣ୍ଡ୍ୟା- ନତାଶାଙ୍କ ହେଲା ଛାଡପତ୍ର, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ… appeared first on Dharitri Odia News.