ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌: ୩୭ ଆତଙ୍କବାଦୀ ନିହତ

ବେରୁଟ୍‌,୩୦ା୯: ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌ରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌କାଏଦା ସହ ସମ୍ପୃକ୍ତ ଗ୍ରୁପ୍‌ ଦ୍ୱାରା ଆତଙ୍କବାଦୀ ଭାବେ ସ୍ବୀକୃତି ପାଇଥିଲେ ବୋଲି ଆମେରିକା ସେନା କହିଛି। ମୃତକଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ଆତଙ୍କବାଦୀ। ଅଲ୍‌କାଏଦା ସହ ସମ୍ପୃକ୍ତ ହୁରାସ୍‌ ଅଲ୍‌-ଦିନ୍‌ ଗ୍ରୁପ୍‌ର ବରିଷ୍ଠ ଆତଙ୍କବାଦୀ ଓ ଅନ୍ୟ ୮ ଜଣଙ୍କୁ ଟାର୍ଗେଟ କରି ମଙ୍ଗଳବାର ଆମେରିକା ସେଣ୍ଟ୍ରାଲ କମାଣ୍ଡ ସିରିଆର ଉତ୍ତରପଶ୍ଚିମ ଭାଗରେ ବୋମାମାଡ଼ କରିଥିଲା। ସେପ୍ଟେମ୍ବର […] The post ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌: ୩୭ ଆତଙ୍କବାଦୀ ନିହତ appeared first on Dharitri Odia News.

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌: ୩୭ ଆତଙ୍କବାଦୀ ନିହତ

ବେରୁଟ୍‌,୩୦ା୯: ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌ରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌କାଏଦା ସହ ସମ୍ପୃକ୍ତ ଗ୍ରୁପ୍‌ ଦ୍ୱାରା ଆତଙ୍କବାଦୀ ଭାବେ ସ୍ବୀକୃତି ପାଇଥିଲେ ବୋଲି ଆମେରିକା ସେନା କହିଛି। ମୃତକଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ଆତଙ୍କବାଦୀ। ଅଲ୍‌କାଏଦା ସହ ସମ୍ପୃକ୍ତ ହୁରାସ୍‌ ଅଲ୍‌-ଦିନ୍‌ ଗ୍ରୁପ୍‌ର ବରିଷ୍ଠ ଆତଙ୍କବାଦୀ ଓ ଅନ୍ୟ ୮ ଜଣଙ୍କୁ ଟାର୍ଗେଟ କରି ମଙ୍ଗଳବାର ଆମେରିକା ସେଣ୍ଟ୍ରାଲ କମାଣ୍ଡ ସିରିଆର ଉତ୍ତରପଶ୍ଚିମ ଭାଗରେ ବୋମାମାଡ଼ କରିଥିଲା। ସେପ୍ଟେମ୍ବର ୧୬ରେ କେନ୍ଦ୍ରୀୟ ସିରିଆର ଏକ ଅଜଣା ସ୍ଥାନରେ ରହିଥିବା ଆଇଏସ୍‌ର ପ୍ରଶିକ୍ଷଣ କ୍ୟାମ୍ପ୍‌କୁ ଟାର୍ଗେଟ କରି ଆମେରିକା ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିବାରୁ ୨୮ ଜଣ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅନୂ୍ୟନ ୪ ଜଣ ସିରିଆ ନେତା ଥିଲେ।

The post ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌: ୩୭ ଆତଙ୍କବାଦୀ ନିହତ appeared first on Dharitri Odia News.