ଆଗକୁ କଡ଼ା ଟକ୍କର: ମଜଭୁତ ହେଉଛି ଭାଜପା ସଙ୍ଗଠନ

ଝାରସୁଗୁଡ଼ା,୧୫ା୪ (ସଞ୍ଜୟ ମାଲି): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରବିବାର ଅନ୍ୟ ଦଳର ବହୁ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ଅନ୍ୟ ନେତୃବର୍ଗ ନୂତନ ଭାବେ ଯୋଗଦାନ କରିଥିବା କର୍ମୀଙ୍କୁ ସ୍ବାଗତ କରିଥିଲେ। ଏହାଦ୍ୱାରା ଦଳୀୟ ସଙ୍ଗଠନ ମଜଭୁତ ହେବ ବୋଲି ଟଙ୍କଧର କହିଛନ୍ତି। ମରାକୁଟା ପଞ୍ଚାୟତର ରଞ୍ଜନ ଦାସ ଓ ମହେନ୍ଦ୍ର ଗୁରୁଙ୍କ ନେତୃତ୍ୱରେ ଭୋଳାନାଥ ବାଗ, ତରୁଣ ବେସନ, ଲବ ଅଢା, […] The post ଆଗକୁ କଡ଼ା ଟକ୍କର: ମଜଭୁତ ହେଉଛି ଭାଜପା ସଙ୍ଗଠନ appeared first on Dharitri Odia News.

ଆଗକୁ କଡ଼ା ଟକ୍କର: ମଜଭୁତ ହେଉଛି ଭାଜପା ସଙ୍ଗଠନ

ଝାରସୁଗୁଡ଼ା,୧୫ା୪ (ସଞ୍ଜୟ ମାଲି): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରବିବାର ଅନ୍ୟ ଦଳର ବହୁ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ଅନ୍ୟ ନେତୃବର୍ଗ ନୂତନ ଭାବେ ଯୋଗଦାନ କରିଥିବା କର୍ମୀଙ୍କୁ ସ୍ବାଗତ କରିଥିଲେ। ଏହାଦ୍ୱାରା ଦଳୀୟ ସଙ୍ଗଠନ ମଜଭୁତ ହେବ ବୋଲି ଟଙ୍କଧର କହିଛନ୍ତି।

ମରାକୁଟା ପଞ୍ଚାୟତର ରଞ୍ଜନ ଦାସ ଓ ମହେନ୍ଦ୍ର ଗୁରୁଙ୍କ ନେତୃତ୍ୱରେ ଭୋଳାନାଥ ବାଗ, ତରୁଣ ବେସନ, ଲବ ଅଢା, ଆଲୋକ ସା, ଦୁର୍ଗା ଓରାମ, ଶ୍ରୀଅନ୍ତ ବାର୍ଲା, ଟିକେଶ୍ବର ପ୍ରଧାନ, ପ୍ରଦୀପ ଅଗ୍ରଓ୍ବାଲ ପ୍ରମୁଖ ଭାଜପାରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଦଳୀୟ ନେତା ସନ୍ତୋଷ ଯାଦବ, ପ୍ରମୋଦ ତ୍ରିପାଠୀ, ରାଜେଶ ପ୍ରଧାନ, ଲଳିତ ମଗର, ପ୍ରେମସେନ ରାୟ, ହେମ ରଞ୍ଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

The post ଆଗକୁ କଡ଼ା ଟକ୍କର: ମଜଭୁତ ହେଉଛି ଭାଜପା ସଙ୍ଗଠନ appeared first on Dharitri Odia News.