IPL ପାଇଁ ବଡ଼ ଯୋଜନା: ୨୦୨୮ ସିଜନରେ ହେବ ୯୪ ମ୍ୟାଚ୍
ନୂଆଦିଲ୍ଲୀ,୨୮ା୪: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ୮୪ ମ୍ୟାଚ୍ ଖେଳାଯିବାର ଯୋଜନା ଥିଲା। କିନ୍ତୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଓ ବ୍ରଡ୍କାଷ୍ଟରମାନେ ଅତ୍ୟଧିକ ଡବଲ ହେଡର ମ୍ୟାଚ୍ ଚାହୁଁ ନ ଥିବାରୁ ଚଳିତ ଆଇପିଏଲ୍ରେ ମ୍ୟାଚ୍ ସଂଖ୍ୟାକୁ ବୃଦ୍ଧି କରାଯାଇ ନ ଥିଲା। ହେଲେ ଟୁର୍ନାମେଣ୍ଟର ମ୍ୟାଚ୍ ସଂଖ୍ୟାକୁ ଭବିଷ୍ୟତରେ ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି। ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ(ଏଫ୍ଟିପି)ରେ ଆଇପିଏଲ୍ ଲାଗି ମାର୍ଚ୍ଚ ମଧ୍ୟରୁ ମେ’ ଶେଷପର୍ଯ୍ୟନ୍ତ ସ୍ଲଟ୍ ଧାର୍ଯ୍ୟ କରାଯାଇଛି। ଚେୟାରମ୍ୟାନ ଅରୁଣ ଧୂମଲ […] The post IPL ପାଇଁ ବଡ଼ ଯୋଜନା: ୨୦୨୮ ସିଜନରେ ହେବ ୯୪ ମ୍ୟାଚ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୪: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ୮୪ ମ୍ୟାଚ୍ ଖେଳାଯିବାର ଯୋଜନା ଥିଲା। କିନ୍ତୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଓ ବ୍ରଡ୍କାଷ୍ଟରମାନେ ଅତ୍ୟଧିକ ଡବଲ ହେଡର ମ୍ୟାଚ୍ ଚାହୁଁ ନ ଥିବାରୁ ଚଳିତ ଆଇପିଏଲ୍ରେ ମ୍ୟାଚ୍ ସଂଖ୍ୟାକୁ ବୃଦ୍ଧି କରାଯାଇ ନ ଥିଲା। ହେଲେ ଟୁର୍ନାମେଣ୍ଟର ମ୍ୟାଚ୍ ସଂଖ୍ୟାକୁ ଭବିଷ୍ୟତରେ ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି। ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ(ଏଫ୍ଟିପି)ରେ ଆଇପିଏଲ୍ ଲାଗି ମାର୍ଚ୍ଚ ମଧ୍ୟରୁ ମେ’ ଶେଷପର୍ଯ୍ୟନ୍ତ ସ୍ଲଟ୍ ଧାର୍ଯ୍ୟ କରାଯାଇଛି।
ଚେୟାରମ୍ୟାନ ଅରୁଣ ଧୂମଲ କହିଛନ୍ତି ଯେ, ୨୦୨୮ରୁ ଆରମ୍ଭ ହେବାକୁ ଥିବା ପରବର୍ତ୍ତୀ ମିଡିଆ ରାଇଟ୍ସ ସାଇକେଲରେ ବିସିସିଆଇ ଗୁରୁତର ସହ ଟୁର୍ନାମେଣ୍ଟକୁ ବିସ୍ତାର କରିବା ସମ୍ପର୍କରେ ଚିନ୍ତା କରବ। ଆମେ ଏ ସମ୍ପର୍କରେ ଆଇସିସି ସହିତ ଆଲୋଚନା କରୁଛୁ। ଦ୍ୱିପାକ୍ଷୀକ ସିରିଜ ଓ ଆଇସିସି ଇଭେଣ୍ଟ ପ୍ରତି ପ୍ରଶଂସକଙ୍କ ଆଗ୍ରହ ହ୍ରାସ ପାଉଥିବାରୁ ଆମକୁ ଏ ସମ୍ପର୍କରେ ଅଧିକ ଗୁରୁତର ସହ ବିଚାର କରିବାର ଆବଶ୍ୟକତା ରହିଛି। ଆମକୁ ବର୍ତ୍ତମାନ ମିଳୁଥିବା ସ୍ଲଟଠାରୁ ବଡ଼ ସ୍ଲଟର ଆବଶ୍ୟକତା ପଡ଼ିପାରେ। ଟୁର୍ନାମେଣ୍ଟର ମ୍ୟାଚ୍ ସଂଖ୍ୟା ୭୪ରୁ ୯୪କୁ ବୃଦ୍ଧି କରାଯାଇପାରେ। ଯାହା ଫଳରେ ପ୍ରତ୍ୟେକ ଦଳ ପ୍ରତ୍ୟେକ ଦଳ ବିପକ୍ଷରେ ହୋମ ଆଣ୍ଡ ଆଓ୍ବେ ଫର୍ମାଟରେ ଖେଳିପାରିବେ।
The post IPL ପାଇଁ ବଡ଼ ଯୋଜନା: ୨୦୨୮ ସିଜନରେ ହେବ ୯୪ ମ୍ୟାଚ୍ appeared first on Dharitri Odia News.