କଳାହାଣ୍ଡିରେ ଚାଲିଛି ଭୋଟ୍ ଗ୍ରହଣ
ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଭବାନୀପାଟଣା, ଜୁନାଗଡ଼,ଧର୍ମଗଡ଼,ଲାଞ୍ଜିଗଡ଼ ଓ ନର୍ଲା ୫ଟି ବିଧାନସଭା ଆସନ ଗୋଟିଏ ଲୋକ ସଭା ଆସନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ଏହାକୁ ନେଇ ନେତା ଓ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜିଲାର ୧୪୧୨ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୧୧ ଲକ୍ଷ ୯୯ ହଜାର ୩୦୮ ଜଣ ଜିଲାରେ ଭୋଟର ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ୧୦ […] The post କଳାହାଣ୍ଡିରେ ଚାଲିଛି ଭୋଟ୍ ଗ୍ରହଣ appeared first on Dharitri Odia News.
ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଭବାନୀପାଟଣା, ଜୁନାଗଡ଼,ଧର୍ମଗଡ଼,ଲାଞ୍ଜିଗଡ଼ ଓ ନର୍ଲା ୫ଟି ବିଧାନସଭା ଆସନ ଗୋଟିଏ ଲୋକ ସଭା ଆସନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ଏହାକୁ ନେଇ ନେତା ଓ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜିଲାର ୧୪୧୨ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୧୧ ଲକ୍ଷ ୯୯ ହଜାର ୩୦୮ ଜଣ ଜିଲାରେ ଭୋଟର ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ୧୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ମତଦାନ କେନ୍ଦ୍ରରେ ବର୍ତ୍ତମାନ ଭୋଟରଙ୍କ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି।
The post କଳାହାଣ୍ଡିରେ ଚାଲିଛି ଭୋଟ୍ ଗ୍ରହଣ appeared first on Dharitri Odia News.