ଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ନୁହେଁ ଗୋବର ଘଷିରେ ହେବ ଶବଦାହ
ଭୁବନେଶ୍ବର : ଗୋବରରୁ ପ୍ରସ୍ତୁତ ଗୋ କାଷ୍ଠରେ ହେବ ଶବଦାହ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନେବେ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ । ହିନ୍ଦୁ ଧାର୍ମିକ ପ୍ରଥାରେ ଏହା ‘ମୋକ୍ଷ’ ପ୍ରାପ୍ତିରେ ମଧ୍ୟ ସହାୟକ ହୋଇପାରେ। ଏଥି […]

ଭୁବନେଶ୍ବର : ଗୋବରରୁ ପ୍ରସ୍ତୁତ ଗୋ କାଷ୍ଠରେ ହେବ ଶବଦାହ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନେବେ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମନ୍ତ୍ରୀ କହିଛନ୍ତି ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ । ହିନ୍ଦୁ ଧାର୍ମିକ ପ୍ରଥାରେ ଏହା ‘ମୋକ୍ଷ’ ପ୍ରାପ୍ତିରେ ମଧ୍ୟ ସହାୟକ ହୋଇପାରେ। ଏଥି ସହିତ ଗୋବର ଘଷି କାଠ ତୁଳନାରେ ପରିବେଶ ଉପରେ କମ୍ ପ୍ରଭାବ ପକାଇବ ବୋଲି ମନ୍ତ୍ରୀ କହିଛନ୍ତି।
ଏଥି ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସ୍ୱର୍ଗଦ୍ୱାର ପରିଚାଳନା କରୁଥିବା କମିଟି ସହ ଆଲୋଚନା କରାଯିବ ଏବଂ ସେହି ଅନୁଯାୟୀ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ସ୍ୱର୍ଗଦ୍ୱାରକୁ ପ୍ରତିଦିନ ଶହଶହ ମୃତଦେହ ଆସୁଛି। ଶବ ଦାହ ପାଇଁ ଶହଶହ କ୍ୱିଣ୍ଟାଲ୍ କାଠ ଆବଶ୍ୟକ ପଡ଼ୁଛି। ଶବ ଦାହ ପାଇଁ ଗଛ କଟା ଯାଉଥିବା ବେଳେ ପରିବେଶ ମଧ୍ୟ ପ୍ରଦୂଷଣ ହେଉଛି। ଅନେକ ସମୟରେ କାଠର ଘୋର ଅଭାବ ଦେଖାଦେଉଛି। ଯେଉଁଥିପାଇଁ ଶବ ଦାହ କରିବାକୁ ପରିବାର ପରିଜନ ଆସି ନାନା ଅସୁବିଧାରେ ପଡ଼ୁଛନ୍ତି। ଏଥିରୁ ମୁକୁଳିବା ପାଇଁ ରାଜ୍ୟ ସରକାର ଗୋବର ଘସିର ସାହାରା ନେବାକୁ ଯୋଜନା କରୁଛନ୍ତି।
ଅନ୍ୟପଟେ ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି। ଗୋ ସୁରକ୍ଷା ଓ ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାର ବିମର୍ଶ ପାଇଁ ଗଠିତ ହେବ କମିଟି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ।୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ। ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆମ ସରକାର କାମଧେନୁ ଯୋଜନା ଆରମ୍ଭ ହୋଇଛି। ଆଗକୁ ଏହା ବେଶ ଫଳପ୍ରଦ ହେବା ସହ ଗୋ ଚାଷୀଙ୍କୁ ଆତ୍ମନିର୍ବଭର କରିବ ବୋଲି ମନ୍ତ୍ରୀ କହିଛନ୍ତି।