ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ ମଙ୍ଗଳବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏ ନେଇ ଆୟୋଜିତ ସଭାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସସ୍ମିତା ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରଶାସନିକ ଅଧିକାରୀ ବିଭାସ […] The post ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ appeared first on Dharitri Odia News.

ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ ମଙ୍ଗଳବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏ ନେଇ ଆୟୋଜିତ ସଭାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସସ୍ମିତା ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଅଧ୍ୟାପକ ରମାକାନ୍ତ ସାହୁ, ଅର୍ପଣ ପ୍ରଧାନ, ବୁଦ୍ଧିବନ୍ତ ବରିହା, ଅଧ୍ୟାପିକା ସୁଧାଶ୍ରୀ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଛାତ୍ରୀ ଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

The post ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ appeared first on Dharitri Odia News.