ଟି ୨୦ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍

ନୂଆଦିଲ୍ଲୀ,୧୨।୫: ଟି-୨୦ରୁ ଅବସର ଘୋଷଣା କରିଛନ୍ତି ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍। ବାଂଲାଦେଶରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପରେ ୱିଲିୟମ୍ସ୍ ଏହି ନିଷ୍ପତି ନେଇଛନ୍ତି। ରବିବାର ଜିମ୍ବାୱେ ସାନ୍ତ୍ୱନାମୂଳକ ବିଜୟ ପାଇବା ପୂର୍ବରୁ ବାଂଲାଦେଶ ସିରିଜର ପ୍ରଥମ ଚାରିଟି ମ୍ୟାଚ୍ ବିଜୟ ସହିତ ସିରିଜ ଜିତି ନେଇଛି। ତେବେ ଶେଷ ମ୍ୟାଚରେ ବିଜୟ ସହିତ ୱିଲିୟମ୍ସଙ୍କୁ ଫର୍ମାଟରୁ ବିଜୟ ଦେଇଛି ଜିମ୍ବାୱେ ଟିମ୍। ସେ ସିରିଜର ପ୍ରଥମ ଏବଂ ଶେଷ […] The post ଟି ୨୦ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍ appeared first on Dharitri Odia News.

ଟି ୨୦ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍

ନୂଆଦିଲ୍ଲୀ,୧୨।୫: ଟି-୨୦ରୁ ଅବସର ଘୋଷଣା କରିଛନ୍ତି ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍। ବାଂଲାଦେଶରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପରେ ୱିଲିୟମ୍ସ୍ ଏହି ନିଷ୍ପତି ନେଇଛନ୍ତି। ରବିବାର ଜିମ୍ବାୱେ ସାନ୍ତ୍ୱନାମୂଳକ ବିଜୟ ପାଇବା ପୂର୍ବରୁ ବାଂଲାଦେଶ ସିରିଜର ପ୍ରଥମ ଚାରିଟି ମ୍ୟାଚ୍ ବିଜୟ ସହିତ ସିରିଜ ଜିତି ନେଇଛି।

ତେବେ ଶେଷ ମ୍ୟାଚରେ ବିଜୟ ସହିତ ୱିଲିୟମ୍ସଙ୍କୁ ଫର୍ମାଟରୁ ବିଜୟ ଦେଇଛି ଜିମ୍ବାୱେ ଟିମ୍। ସେ ସିରିଜର ପ୍ରଥମ ଏବଂ ଶେଷ ମ୍ୟାଚରେ ଖେଳିଥିଲେ। ତେବେ ସେ ଦିନିକିଆ ଏବଂ ଟେଷ୍ଟରେ ଖେଳିବା ଜାରି ରଖିବେ।

ଜିମ୍ବାୱେ ସହିତ କାର୍ୟ୍ୟ କରୁଥିବା ବିସିବି ଅଧିକାରୀ ରବିବାର ନିଶ୍ଚିତ କରିଛନ୍ତି ଯେ ସେ (ୱିଲିୟମ୍ସ) ଟି-୨୦ରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଖେଳ ପରେ ତାଙ୍କ ଦଳର ସାଥୀଙ୍କୁ ତାଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ।

ଜିମ୍ବାୱେ ପାଇଁ ୱିଲିୟମ୍ସ ୮୧ ଟି-ଟ୍ୱେଣ୍ଟିରେ ଖେଳି ୧୨୬.୩୮ ଷ୍ଟ୍ରାଇକ୍ ହାରରେ ୧୬୯୧ ସ୍କୋର କରିଥିଲେ। ସେହିପରି ସେ ବାମହାତୀ ସ୍ପିନ୍ ବୋଲିଂ ସହିତ ୪୮ ୱିକେଟ୍ ନେଇଥିଲେ।

The post ଟି ୨୦ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍ appeared first on Dharitri Odia News.