ଏଲନ୍‌ ମସ୍କଙ୍କ ନୂଆ ଯୋଜନା: ହ୍ବାଟ୍ସଆପ୍‌କୁ ଟକ୍କର ଦେବ ‘X’ର ନୂଆ ଫିଚର, କଲିଂ ହେବ ମାଗଣା

ଓ୍ବାଶିଂଟନ,୧ା୯: ବର୍ତ୍ତମାନର ‘ଏକ୍ସ’ ଯାହାକୁ ପୂର୍ବରୁ ଟୁଇଟର କୁହାଯାଉଥିଲା। ଏବେ ଏହାକୁ ଦେଶର ବହୁ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ବିଶ୍ୱରେ ‘ଏକ୍ସ’ରେ ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି। ଏଭଳି ପରିସ୍ଥିତିରେ ଏଲନ ମସ୍କ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁଯାୟୀ, ଏକ୍ସରେ ଏକ ନୂତନ ଫିଚର ଶୀଘ୍ର ଉପଲବ୍ଧ ହେବ। ଯାହା ସାହାଯ୍ୟରେ ଉପଭୋକ୍ତାମାନେ ‘ଏକ୍ସ’କୁ କଲ କରିବାର ଲାଭ ମଧ୍ୟ ପାଇପାରିବେ। ଏଥି ସହିତ ଏହା ଅନେକ ସୋସିଆଲ ମିଡିଆ […] The post ଏଲନ୍‌ ମସ୍କଙ୍କ ନୂଆ ଯୋଜନା: ହ୍ବାଟ୍ସଆପ୍‌କୁ ଟକ୍କର ଦେବ ‘X’ର ନୂଆ ଫିଚର, କଲିଂ ହେବ ମାଗଣା appeared first on Dharitri Odia News.

ଏଲନ୍‌ ମସ୍କଙ୍କ ନୂଆ ଯୋଜନା: ହ୍ବାଟ୍ସଆପ୍‌କୁ ଟକ୍କର ଦେବ ‘X’ର ନୂଆ ଫିଚର, କଲିଂ ହେବ ମାଗଣା

ଓ୍ବାଶିଂଟନ,୧ା୯: ବର୍ତ୍ତମାନର ‘ଏକ୍ସ’ ଯାହାକୁ ପୂର୍ବରୁ ଟୁଇଟର କୁହାଯାଉଥିଲା। ଏବେ ଏହାକୁ ଦେଶର ବହୁ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ବିଶ୍ୱରେ ‘ଏକ୍ସ’ରେ ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି। ଏଭଳି ପରିସ୍ଥିତିରେ ଏଲନ ମସ୍କ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି।
ସୂଚନା ଅନୁଯାୟୀ, ଏକ୍ସରେ ଏକ ନୂତନ ଫିଚର ଶୀଘ୍ର ଉପଲବ୍ଧ ହେବ। ଯାହା ସାହାଯ୍ୟରେ ଉପଭୋକ୍ତାମାନେ ‘ଏକ୍ସ’କୁ କଲ କରିବାର ଲାଭ ମଧ୍ୟ ପାଇପାରିବେ। ଏଥି ସହିତ ଏହା ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟକ୍କର ଦେବ। କାରଣ ଭିଡିଓ କଲ୍‌ର ଫିଚର ଶୀଘ୍ର ଏଥିରେ ଯୋଡ଼ି ହୋଇପାରିବ। କୁହାଯାଉଛି, ଏହି ନୂଆ ଫିଚର ପରିଚୟ ପରେ ହ୍ବାଟ୍ସଆପ୍‌ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରେ।

ଏହି ନୂଆ ଫିଚର ଖୁବ୍‌ଶୀଘ୍ର ‘ଏକ୍ସ’ରେ ଦିଆଯିବ। ଏହି ଫିଚର ସହିତ ୟୁଜର୍ସମାନେ ସହଜରେ ଭିଡିଓ କଲ୍‌ ଉପଭୋଗ କରିପାରିବେ। ତଥାପି ଏହି ଫିଚର ଉପରେ କାର୍ଯ୍ୟ ଚାଲିଛି ଏବଂ ଏହାର ରୋଲଆଉଟ ପାଇଁ କିଛି ସମୟ ଲାଗିପାରେ। ଏହାର ପରୀକ୍ଷଣ ଫିଚର ନିଶ୍ଚିତ ଭାବରେ ଶୀଘ୍ର ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ।

ଭିଡିଓ କଲ ପାଇଁ ଗୁଗ୍‌ଲ, ହ୍ବାଟ୍ସଆପ୍‌ ଏବଂ ଜୁମ୍‌ ଭଳି ଆପ୍‌ ରହିଛି। ଏହାକୁ ଦୃଷ୍ଟିରେ ରଖି ଏଲନ ମସ୍କ ବର୍ତ୍ତମାନ ‘ଏକ୍ସ’ରେ ଭିଡିଓ କଲ୍‌ ଫିଚର ଯୋଗାଇବାକୁ ଯୋଜନା କରୁଛନ୍ତି।

The post ଏଲନ୍‌ ମସ୍କଙ୍କ ନୂଆ ଯୋଜନା: ହ୍ବାଟ୍ସଆପ୍‌କୁ ଟକ୍କର ଦେବ ‘X’ର ନୂଆ ଫିଚର, କଲିଂ ହେବ ମାଗଣା appeared first on Dharitri Odia News.