ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନ
କେସିଙ୍ଗା,୨୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମର ଜନ୍ମସି ନାଏକଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାରୁ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ଭୋର୍ରୁ ନିଜ ଧାନଗଦାରେ ନିଆଁ ଲାଗିଥିବା ଜାଣି ଜନ୍ମସି ଥାନାକୁ ଖବର ଦେଇଥିଲେ। ଥାନାରୁ ଦମକଳ ବାହିନୀ କାର୍ଯ୍ୟାଳୟକୁ ଖବର ଦେବାରୁ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ସବୁ ଧାନ […] The post ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନ appeared first on Dharitri Odia News.
କେସିଙ୍ଗା,୨୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମର ଜନ୍ମସି ନାଏକଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାରୁ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ଭୋର୍ରୁ ନିଜ ଧାନଗଦାରେ ନିଆଁ ଲାଗିଥିବା ଜାଣି ଜନ୍ମସି ଥାନାକୁ ଖବର ଦେଇଥିଲେ। ଥାନାରୁ ଦମକଳ ବାହିନୀ କାର୍ଯ୍ୟାଳୟକୁ ଖବର ଦେବାରୁ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ସବୁ ଧାନ ପୋଡ଼ି ନଷ୍ଟ ହୋଇଥିଲା। ଯେଉଁ ଧାନରୁ ଦିନେ ଚାଉଳ ହୋଇଥାନ୍ତା ସେହି ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଫଳରେ ପରିବାରବର୍ଗ ବର୍ଷ ସାରା କେମିତି ଚଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି।
ସୂଚନାନୁଯାୟୀ, ଦୁଇ ଏକର ଚାଷ ଜମିରୁ ଧାନ କାଟି କ୍ଷେତରେ ଗଦା କରି ରଖିଥିଲେ। ଯେଉଁଠାରୁ କି ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ନଷ୍ଟ ହୋଇଛି। ଜନ୍ମସି ଓ ତାଙ୍କ ପରିବାରବର୍ଗ କହିବା ଅନୁଯାୟୀ, ଏହି ଧାନଗଦାରେ କେହି ଦୁର୍ବୃତ୍ତ ପେଟ୍ରୋଲ କିମ୍ବା ଡିଜେଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଜନ୍ମସି ନାଏକ ଥାନାରେ ଅଭିଯୋଗ କରିଛନ୍ତି। କେସିଙ୍ଗା ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବାର ଜଣାପଡ଼ିଛି।
The post ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ପୋଡ଼ି ପାଉଁଶ ହେଲା ୫୦ କ୍ୱିଣ୍ଟାଲରୁ ଅଧିକ ଧାନ appeared first on Dharitri Odia News.