ବିନା ଗ୍ୟାରେଣ୍ଟିରେ ଲୋନ୍ ନେବାକୁ ଚାହୁଁଛନ୍ତି କି? ସରକାରଙ୍କ ଏହି ଯୋଜନାରେ ମିଳିବ ୧୦ ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୨୯।୩: ଗତ କିଛି ବର୍ଷ ଧରି ଦେଶରେ ଷ୍ଟାଟ୍ଅପ୍ର ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ଯୁବଗୋଷ୍ଠୀ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। କ’ଣ ଆପଣ ବି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ହେଲେ ବିନା ଗ୍ୟାରେଣ୍ଟିଂରେ ଆପଣଙ୍କୁ ଲୋନ୍ ମିଳୁନାହିଁ? ତେବେ ଏହି ଖବର ଆପଣଙ୍କ ପାଇଁ… ସ୍ବରୋଜଗାରକୁ ପ୍ରାଧାନ୍ୟ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଆପଣ ୧୦ ଲକ୍ଷ ଯାଏ […] The post ବିନା ଗ୍ୟାରେଣ୍ଟିରେ ଲୋନ୍ ନେବାକୁ ଚାହୁଁଛନ୍ତି କି? ସରକାରଙ୍କ ଏହି ଯୋଜନାରେ ମିଳିବ ୧୦ ଲକ୍ଷ ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୨୯।୩: ଗତ କିଛି ବର୍ଷ ଧରି ଦେଶରେ ଷ୍ଟାଟ୍ଅପ୍ର ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ଯୁବଗୋଷ୍ଠୀ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। କ’ଣ ଆପଣ ବି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ହେଲେ ବିନା ଗ୍ୟାରେଣ୍ଟିଂରେ ଆପଣଙ୍କୁ ଲୋନ୍ ମିଳୁନାହିଁ? ତେବେ ଏହି ଖବର ଆପଣଙ୍କ ପାଇଁ…
ସ୍ବରୋଜଗାରକୁ ପ୍ରାଧାନ୍ୟ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଆପଣ ୧୦ ଲକ୍ଷ ଯାଏ ଲୋନ୍(ଋଣ) ବିନା କୌଣସି ଗ୍ୟାରେଣ୍ଟିରେ ପାଇପାରିବେ। ଆସନ୍ତୁ ଜାଣିବା।
-କ’ଣ ଏହି ଯୋଜନା?
ଭାରତ ସରକାରଙ୍କ ମୁଦ୍ରା ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳରେ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ନଚେତ ବଢ଼ାଇବା ଲାଗି ଋଣ ପ୍ରଦାନ କରାଯାଇଥାଏ। ଯଦି ଆପଣ ନିଜର ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନାର ଲାଭ ଉଠାଇପାରିବେ। ଏହା ଅଧୀନରେ ୩ କାଟାଗୋରୀ ଅନୁଯାୟୀ ଋଣ ମିଳିଥାଏ। ପ୍ରଥମଟି-ଶିଶୁ ଲୋନ୍, କିଶୋର ଲୋନ୍ ଏବଂ ତରୁଣ ଲୋନ୍। ଶିଶୁ ଲୋନ ଅନୁଯାୟୀ ଆପଣଙ୍କୁ ୫୦ହଜାର ଟଙ୍କା ମିଳିଥାଏ। କିଶୋର ଲୋନ୍ ଅଧୀନରେ ୫୦ ହଜାରରୁ ୫ ଲକ୍ଷ ଯାଏ ଟଙ୍କା ମିଳିଥାଏ। ସେହିଭଳି ତରୁଣ ଲୋନ୍ ନେଲେ ୫ ଲକ୍ଷରୁ ୧୦ ଲକ୍ଷ ଯାଏ ଟଙ୍କା ବିନା ଗ୍ୟାରେଣ୍ଟିରେ ମିଳିଥାଏ।
-କିଭଳି କରିବେ ଆବେଦନ: ଏହି ଯୋଜନାରେ ଋଣ ପାଇବାକୁ ଚାହୁଁଥିଲେ ଆପଣଙ୍କୁ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବ। ଘରେ ବସି ଆପଣ ପ୍ରଧାନମନ୍ତ୍ରୀ ମୁଦ୍ରାର ଆଧିକାରୀକ ଓ୍ବେବ୍ସାଇଟ୍ ମାଧ୍ୟମରେ ବି ଆବେଦନ କରିପାରିବେ। ଏହି ଯୋଜନାରେ ଆବେଦନ କରିବାକୁ ଆପଣଙ୍କୁ ବ୍ୟବସାୟ ଲୋନ୍, ଆପ୍ଲିକେଶନ ଫର୍ମ, ପାସପୋର୍ଟ ସାଇଜ୍ ଫଟୋ, କଓ୍ବୋଇସି ଡକ୍ୟୁମେଣ୍ଟ, ଆଇଡେଣ୍ଟି କାର୍ଡ ଏବଂ ଠିକଣା ପ୍ରମାଣ ଦେବାକୁ ପଡ଼ିଥାଏ। ଯଦି ଆପଣ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ୧୦ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି ତେବେ ଏହି ଯେଜନାର ଲାଭ ଉଠାଇପାରିବେ।
The post ବିନା ଗ୍ୟାରେଣ୍ଟିରେ ଲୋନ୍ ନେବାକୁ ଚାହୁଁଛନ୍ତି କି? ସରକାରଙ୍କ ଏହି ଯୋଜନାରେ ମିଳିବ ୧୦ ଲକ୍ଷ ଟଙ୍କା appeared first on Dharitri Odia News.