କପେ ଚା’କୁ ଲକ୍ଷେ ଟଙ୍କା
ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର ନିକଟରେ ‘ବୋହୋ ସିଏଫ୍ଇ’ ନାମରେ ଏକ କାଫେ ରହିଛି। ଭାରତୀୟ ବଂଶୋଦ୍ଭବ ସୁଚେତ୍ରା ଶର୍ମାଙ୍କ ମାଲିକାନାରେ ଥିବା ଏହି କାଫେର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳା ଫୁଡ୍ ବ୍ଲଗର ଏହି କାଫେରେ ଚା’ ପିଇ ଉପଭୋଗ କରୁଥିବା ନଜରକୁ ଆସିଛନ୍ତି। […] The post କପେ ଚା’କୁ ଲକ୍ଷେ ଟଙ୍କା appeared first on Dharitri Odia News.
ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର ନିକଟରେ ‘ବୋହୋ ସିଏଫ୍ଇ’ ନାମରେ ଏକ କାଫେ ରହିଛି। ଭାରତୀୟ ବଂଶୋଦ୍ଭବ ସୁଚେତ୍ରା ଶର୍ମାଙ୍କ ମାଲିକାନାରେ ଥିବା ଏହି କାଫେର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳା ଫୁଡ୍ ବ୍ଲଗର ଏହି କାଫେରେ ଚା’ ପିଇ ଉପଭୋଗ କରୁଥିବା ନଜରକୁ ଆସିଛନ୍ତି। ଏହି ଚା’ର ନାମ ଗୋଲ୍ଡେନ କଡ଼କ ରହିଥିବା ସେ କହିଛନ୍ତି। ତେବେ ଏହି ଚା’କୁ ସୁନା ଓ ଅଳଙ୍କାରରେ ସଜ୍ଜିତ କରାଯାଇଥିବା ସହ ରୁପାରେ ନିର୍ମିତ ପ୍ଲେଟ୍ ଏବଂ କପ୍ରେ ପରଷା ଯାଇଥିବା ନେଇ ମହିଳା ଫୁଡ୍ ବ୍ଲଗର ଜଣକ ଭିଡିଓରେ କହିଛନ୍ତି। ଏହା ବିଶ୍ୱର ସବୁଠୁ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ଚା’ ହୋଇଥିବା ସେ କହିଛନ୍ତି।
The post କପେ ଚା’କୁ ଲକ୍ଷେ ଟଙ୍କା appeared first on Dharitri Odia News.