ଏହି ସବୁ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ, ଲିଷ୍ଟରେ ରହିଛି ଭରତ ମାଟ୍ରିମୋନି ଭଳି ଲୋକପ୍ରିୟ ଆପ୍‌

ନୂଆଦିଲ୍ଲୀ,୨।୩: ଗୁଗଲ ଶୁକ୍ରବାର ଭାରତର ୧୦ଟି କମ୍ପାନିର ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଯେଉଁଥିରେ ଭରତ ମାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମାଟ୍ରିମୋନି ଆପ ରହିଛି। ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗଲ ଏହି ନିଷ୍ପତ୍ତି ନେଇଛି। ଦେଶର ଆଣ୍ଟିଟ୍ରଷ୍ଟ କର୍ତ୍ତୃପକ୍ଷ ୧୫ରୁ ୩୦ ପ୍ରତିଶତ ଚାର୍ଜ କରିବାର ପୂର୍ବ ବ୍ୟବସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଗୁଗଲକୁ ଆପ ପେମେଣ୍ଟରେ ୧୧ ପ୍ରତିଶତରୁ ୨୬ ପ୍ରତିଶତ ଶୁଳ୍କ ଲାଗୁ […] The post ଏହି ସବୁ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ, ଲିଷ୍ଟରେ ରହିଛି ଭରତ ମାଟ୍ରିମୋନି ଭଳି ଲୋକପ୍ରିୟ ଆପ୍‌ appeared first on Dharitri Odia News.

ଏହି ସବୁ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ, ଲିଷ୍ଟରେ ରହିଛି ଭରତ ମାଟ୍ରିମୋନି ଭଳି ଲୋକପ୍ରିୟ ଆପ୍‌

ନୂଆଦିଲ୍ଲୀ,୨।୩: ଗୁଗଲ ଶୁକ୍ରବାର ଭାରତର ୧୦ଟି କମ୍ପାନିର ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଯେଉଁଥିରେ ଭରତ ମାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମାଟ୍ରିମୋନି ଆପ ରହିଛି। ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗଲ ଏହି ନିଷ୍ପତ୍ତି ନେଇଛି।
ଦେଶର ଆଣ୍ଟିଟ୍ରଷ୍ଟ କର୍ତ୍ତୃପକ୍ଷ ୧୫ରୁ ୩୦ ପ୍ରତିଶତ ଚାର୍ଜ କରିବାର ପୂର୍ବ ବ୍ୟବସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଗୁଗଲକୁ ଆପ ପେମେଣ୍ଟରେ ୧୧ ପ୍ରତିଶତରୁ ୨୬ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ କେତେକ ଭାରତୀୟ ଷ୍ଟାର୍ଟଅପ ଚେଷ୍ଟା କରିଥିଲା। ଭାରତୀୟ ଷ୍ଟାର୍ଟଅପର ଏପରି ଏକ ଉଦ୍ୟମକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା। ଯାହାପରେ ଗୁଗଲ ଏବେ ଆପ ହଟାଇ ଦେଇଛି।
ଚଳିତବର୍ଷ ଜାନୁଆରି ଓ ଫେବୃଆରେ ଦୁଇଟି କୋର୍ଟ ଗୁଗଲକୁ ଦେୟ ଆଦାୟ କରିବାକୁ ନଚେତ ଆପ ହଟାଇବାକୁ ଅନୁମତି ଦେବା ପରେ ଗୁଗଲ ଏହି ନିଷ୍ପତ୍ତି ନେଇଛି। ଗୁଗଲ ତା’ର ପ୍ରଥମ ପର୍ଯ୍ୟୟରେ ମାଟ୍ରିମୋନି.କମ୍ର ଡେଟିଂ ଆପ ଭାରତ ମାଟ୍ରିମୋନି, ଖ୍ରୀଷ୍ଟିୟାନ ମାଟ୍ରିମୋନି, ମୁସ୍‌ଲିମ୍‌ ମାଟ୍ରିମୋନି ଏବଂ ଯୋଡ଼ି ଇତ୍ୟାଦି ଆପ୍‌କୁ ଶୁକ୍ରବାର ଡିଲିଟ କରିଦେଇଛି।

The post ଏହି ସବୁ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ, ଲିଷ୍ଟରେ ରହିଛି ଭରତ ମାଟ୍ରିମୋନି ଭଳି ଲୋକପ୍ରିୟ ଆପ୍‌ appeared first on Dharitri Odia News.