ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା, ଆଶଙ୍କାରେ…
ଭୁବନେଶ୍ୱର,୧୮।୩: ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା ଓ ଆଶଙ୍କା ମଧ୍ୟରେ ଲୋକେ। କେନ୍ଦ୍ରାପଡା ମହାକାଳପଡ଼ା ଆସନରୁ ଏଥର କିଏ ଏବଂ କେଉଁ ଦଳର ଠିଆ ହେବ ତାକୁ ନେଇ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଛି । ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଗାମୀ ରଣନିିତି ସ୍ଥିର କରିବାକୁ ବୈଠକ ପରେ ବୈଠକ କରୁଛନ୍ତି ବିଜୟ ମହାପାତ୍ର । ସ୍ଥାନୀୟ ଗୋଜବାୟାଣୀ ପୀଠରେ ଏକାଠି ହୋଇ ୨୦୨୪ ନିର୍ବାଚନ ରଣନିତି ସମ୍ପର୍କରେ କର୍ମୀଙ୍କ ସହ […] The post ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା, ଆଶଙ୍କାରେ… appeared first on Dharitri Odia News.
ଭୁବନେଶ୍ୱର,୧୮।୩: ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା ଓ ଆଶଙ୍କା ମଧ୍ୟରେ ଲୋକେ। କେନ୍ଦ୍ରାପଡା ମହାକାଳପଡ଼ା ଆସନରୁ ଏଥର କିଏ ଏବଂ କେଉଁ ଦଳର ଠିଆ ହେବ ତାକୁ ନେଇ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଛି । ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଗାମୀ ରଣନିିତି ସ୍ଥିର କରିବାକୁ ବୈଠକ ପରେ ବୈଠକ କରୁଛନ୍ତି ବିଜୟ ମହାପାତ୍ର । ସ୍ଥାନୀୟ ଗୋଜବାୟାଣୀ ପୀଠରେ ଏକାଠି ହୋଇ ୨୦୨୪ ନିର୍ବାଚନ ରଣନିତି ସମ୍ପର୍କରେ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।
ପୂର୍ବରୁ ବିଜୁବାବୁଙ୍କ ଏକାନ୍ତ ଅନୁଗତ ଥିଲେ ବିଜୟ ମହାପାତ୍ର। ବିଜୁଙ୍କ ମନ୍ତ୍ରୀମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଥିଲେ। ହେଲେ ୨୦୦୦ରେ ବିଜେଡି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା। ବିଧାୟକ ପ୍ରାର୍ଥୀ ଭାବେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ ପ୍ରତ୍ୟାହାର କରି ନିଆଯାଇଥିଲା। ଏହାପରେ ସେ ବିଜେଡି ସହ ସମ୍ପର୍କ ଛିନ୍ନ କରିଥିଲେ। ୨୦୦୯ ଓ ୨୦୧୯ ରେ ସେ ପାଟକୁରାରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଥିଲେ। ହେଲେ ବିଜେଡି ପ୍ରାର୍ଥୀଙ୍କଠାରୁ ସେ ପରାଜିତ ହୋଇଥିଲେ। ୨୦୧୯ ନିର୍ବାଚନ ପରଠାରୁ ବିଜୟ ରାଜନୈତିକ କ୍ଷେତ୍ରରେ ଏକ ପ୍ରକାର ନୀରବ ରହିଥିଲେ। ହେଲେ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ପୁଅ ବିଜେଡିରେ ଯୋଗ ଦେଇଥିଲେ। ପରେ ବିଜୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
The post ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା, ଆଶଙ୍କାରେ… appeared first on Dharitri Odia News.