ଦ୍ୱିତୀୟ ବିବାହ ପୂର୍ବରୁ ସାମନ୍ଥାଙ୍କ ସହ ଶେଷ ସନ୍ତକକୁ ହଟାଇଲେ ନାଗା ଚୈତନ୍ୟ
ସାଉଥ୍ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ତ ରୁଥ୍ ପ୍ରଭୁ ୨୦୨୧ରେ ଛାଡ଼ପତ୍ର ଘୋଷଣା କରିଥିଲେ। ଏହା ପରେ ଦୁହେଁ ପରସ୍ପର ସହ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ କରିଦେଇଥିଲେ। ନାଗା ଏବଂ ସାମନ୍ଥାଙ୍କ ପ୍ରଶଂସକମାନେ ସେମାନଙ୍କ ଛାଡପତ୍ର ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଶୋଭିତା ଧୂଲିପାଲାଙ୍କୁ ଦ୍ୱିତୀୟ ବିବାହ କରିବା ପୂର୍ବରୁ ନାଗା ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇଛନ୍ତି, ଯାହା ଆଲୋଡ଼ନ ସୃଷ୍ଟି କରିଛି। ନାଗା ତାଙ୍କର ପ୍ରଥମ ବିବାହର […] The post ଦ୍ୱିତୀୟ ବିବାହ ପୂର୍ବରୁ ସାମନ୍ଥାଙ୍କ ସହ ଶେଷ ସନ୍ତକକୁ ହଟାଇଲେ ନାଗା ଚୈତନ୍ୟ appeared first on Dharitri Odia News.
ସାଉଥ୍ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ତ ରୁଥ୍ ପ୍ରଭୁ ୨୦୨୧ରେ ଛାଡ଼ପତ୍ର ଘୋଷଣା କରିଥିଲେ। ଏହା ପରେ ଦୁହେଁ ପରସ୍ପର ସହ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ କରିଦେଇଥିଲେ। ନାଗା ଏବଂ ସାମନ୍ଥାଙ୍କ ପ୍ରଶଂସକମାନେ ସେମାନଙ୍କ ଛାଡପତ୍ର ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଶୋଭିତା ଧୂଲିପାଲାଙ୍କୁ ଦ୍ୱିତୀୟ ବିବାହ କରିବା ପୂର୍ବରୁ ନାଗା ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇଛନ୍ତି, ଯାହା ଆଲୋଡ଼ନ ସୃଷ୍ଟି କରିଛି। ନାଗା ତାଙ୍କର ପ୍ରଥମ ବିବାହର ଶେଷ ଚିହ୍ନକୁ ଲିଭାଇ ଦେଇଛନ୍ତି।
ଚଳିତ ବର୍ଷ ଅଗଷ୍ଟରେ ନାଗା ଏବଂ ଶୋଭିତାଙ୍କ ନିର୍ବନ୍ଧ ହୋଇଥିଲା। ଛାଡପତ୍ର ପରେ ପୂର୍ବତନ ପତ୍ନୀ ସାମନ୍ତଙ୍କ ସହ ଜଡିତ ୩ଟି ପୋଷ୍ଟ ନାଗା ଡିଲିଟ୍ କରି ନ ଥିଲେ। ଦ୍ୱିତୀୟ ବିବାହ ପୂର୍ବରୁ ସେ ଏହାକୁ ଡିଲିଟ୍ କରିଦେଇଛନ୍ତି।
ନାଗା ଏବଂ ସାମନ୍ଥା ୨୦୧୭ରେ ବିବାହ କରିଥିଲେ, କିନ୍ତୁ ବିବାହର ୪ ବର୍ଷ ପରେ ଉଭୟ ଛାଡପତ୍ର ନେଇଥିଲେ।
The post ଦ୍ୱିତୀୟ ବିବାହ ପୂର୍ବରୁ ସାମନ୍ଥାଙ୍କ ସହ ଶେଷ ସନ୍ତକକୁ ହଟାଇଲେ ନାଗା ଚୈତନ୍ୟ appeared first on Dharitri Odia News.