ୟୁପିରେ କାହିଁକି ମାଟି କାମୁଡିଲା ଭାଜପା: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୨।୭: ଲୋକ ସଭା ନିର୍ବାଚନରେ ଭାଜପା ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟରେ ଦଳର ପ୍ରଦର୍ଶନ ନିରାଶାଜନକ ହୋଇଥିଲା। ୟୁପିରେ ଭାଜପା ସବୁଠାରୁ ବଡ ଝଟକା ପାଇଥିଲା। ଏଠାରେ କେବଳ ୨୦୧୯ରେ ୬୨ଟି ସିଟ ଥିବା ଦଳ ମାତ୍ର ୩୩ଟି ଆସନକୁ ହ୍ରାସ ପାଇଥିଲା। ୟୁପିରେ ପରାଜୟ ପରେ ଭାଜପା ଏକ ସମୀକ୍ଷା କରିଛି। ଏହି ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି, […] The post ୟୁପିରେ କାହିଁକି ମାଟି କାମୁଡିଲା ଭାଜପା: ସାମ୍ନାକୁ ଆସିଲା ବଡ଼ କାରଣ appeared first on Dharitri Odia News.

ୟୁପିରେ କାହିଁକି ମାଟି କାମୁଡିଲା ଭାଜପା: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୨।୭: ଲୋକ ସଭା ନିର୍ବାଚନରେ ଭାଜପା ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟରେ ଦଳର ପ୍ରଦର୍ଶନ ନିରାଶାଜନକ ହୋଇଥିଲା। ୟୁପିରେ ଭାଜପା ସବୁଠାରୁ ବଡ ଝଟକା ପାଇଥିଲା। ଏଠାରେ କେବଳ ୨୦୧୯ରେ ୬୨ଟି ସିଟ ଥିବା ଦଳ ମାତ୍ର ୩୩ଟି ଆସନକୁ ହ୍ରାସ ପାଇଥିଲା। ୟୁପିରେ ପରାଜୟ ପରେ ଭାଜପା ଏକ ସମୀକ୍ଷା କରିଛି। ଏହି ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି, ପେପର ଲିକ ସମେତ ସମୁଦାୟ ୧୨ଟି କାରଣ ଅଛି, ଯେଉଁଥିପାଇଁ ୟୁପିରେ ଦୁର୍ଗ ଭୁଶୁଡି ପଡିଛି।
ୟୁପି ସମ୍ବନ୍ଧରେ ଭାଜପା ଦ୍ୱାରା ପ୍ରସ୍ତୁତ ସମୀକ୍ଷା ରିପୋର୍ଟ ମୋଟ ୧୫ ପୃଷ୍ଠାରେ ଅଛି। ଏଥିରେ ପରାଜୟର ୧୨ଟି କାରଣ ଦିଆଯାଇଛି। ପରାଜୟର ସମୀକ୍ଷା କରିବାକୁ ଦଳର ୪୦ଟି ଦଳ ୭୮ଟି ଲୋକ ସଭା ଆସନ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି। ଗୋଟିଏ ଲୋକ ସଭାରେ ପ୍ରାୟ ୫୦୦ କର୍ମଚାରୀଙ୍କ ସହ କଥା ହୋଇଥିଲେ। ରିପୋର୍ଟ ପ୍ରସ୍ତୁତ କରିବାକୁ ପ୍ରାୟ ୪୦,୦୦୦ କର୍ମଚାରୀଙ୍କ ସହ ଆଲୋଚନା କରାଯାଇଛି। ବର୍ତ୍ତମାନ ଏହି ରିପୋର୍ଟ ଭାଜପା ଜାତୀୟ କାର୍ଯ୍ୟାଳୟ ପଦାଧିକାରୀଙ୍କ ବୈଠକରେ ସ୍ଥାନିତ ହେବ।

The post ୟୁପିରେ କାହିଁକି ମାଟି କାମୁଡିଲା ଭାଜପା: ସାମ୍ନାକୁ ଆସିଲା ବଡ଼ କାରଣ appeared first on Dharitri Odia News.