ପିଇବା ପାଣି, ଶିକ୍ଷାର ଅବ୍ୟବସ୍ଥା ନେଇ ହଟ୍ଟଗୋଳ
ଦାରିଙ୍ଗବାଡ଼ି,୨।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ସପ୍ତମ ବୈଠକ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍ପିଡ. ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲାପରିଷଦ ସଦସ୍ୟ ୧୧ ନମ୍ବର ଜୋନର ଦୀପିକା ମୁଠାମାଝି, ୧୦ ନମ୍ବର ଜୋନର ରଞ୍ଜନ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଦୀପକ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ବିଡ଼ିଓ ଗଦାଧର […] The post ପିଇବା ପାଣି, ଶିକ୍ଷାର ଅବ୍ୟବସ୍ଥା ନେଇ ହଟ୍ଟଗୋଳ appeared first on Dharitri Odia News.
ଦାରିଙ୍ଗବାଡ଼ି,୨।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ସପ୍ତମ ବୈଠକ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍ପିଡ. ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲାପରିଷଦ ସଦସ୍ୟ ୧୧ ନମ୍ବର ଜୋନର ଦୀପିକା ମୁଠାମାଝି, ୧୦ ନମ୍ବର ଜୋନର ରଞ୍ଜନ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଦୀପକ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମକୁ ବିଡ଼ିଓ ଗଦାଧର ପାତ୍ର ସଞ୍ଚାଳନ କରିଥିଲେ। ହେଲେ ବୈଠକ ଆରମ୍ଭ ପୂର୍ବରୁ ଉତ୍ତେଜନା ପରିସ୍ଥିତି ଦେଖାଯାଇଥିଲା। ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବା କୁହାଯାଉଥିବା ବେଳେ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଉ ନାହିଁକି ପଞ୍ଚାୟତ ଓ ଗ୍ରାମସ୍ତରରେ କୌଣସି ବୈଠକ କରି କାର୍ଯ୍ୟଖସଡ଼ା ପ୍ରସ୍ତୁତି କରାଯାଉ ନ ଥିବାନେଇ ଜନପ୍ରତିନିଧିଙ୍କ ମହଲରେ ଅସନ୍ତୋଷ ଦେଖାଯାଇଥିଲା।
ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ଜନପ୍ରତିନିଧିଙ୍କୁ କହିଥିଲେ, ରାଜ୍ୟସରକାରଙ୍କ ଗାଇଡ୍ଲାଇନ ଓ ଜିଲାପରିଷଦ ଓ ଜିଲାପାଳଙ୍କ ନିକଟରେ ହୋଇଥିବା ବିଭିନ୍ନ ସମସ୍ୟାର ଅଭିଯୋଗର ସମାଧାନ ପାଇଁ ପ୍ରତି ପଞ୍ଚାୟତରେ ବିକାଶ କାର୍ଯ୍ୟପାଇଁ ଉକ୍ତ ଅନୁଦାନ ରହିଛି, ଯାହାକି ଜିଲା ପ୍ରଶାସନର ତଦାରଖରେ ବିକାଶ କାର୍ଯ୍ୟ କରାଯାଉଥିବା କହିଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ସେହିପରି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବିଶେଷ କରି ବାଡାବାଙ୍ଗା, ଭ୍ରମରବାଡ଼ି ଆଦି ପଞ୍ଚାୟତରେ ବିଇଓଙ୍କ ପରିଦର୍ଶନ ଠିକ୍ ଭାବେ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ସେହିପରି ଶିକ୍ଷୟିତ୍ରୀ, ଶିକ୍ଷକମାନେ ୟୁନିଫର୍ମ ପରିଧାନ କରୁ ନ ଥିବା ଅଭିଯୋଗ ହୋଇଥିଲା। ଅନେକ ବିଦ୍ୟାଳୟରେ ପାଳି କରି ଶିକ୍ଷୟିତ୍ରୀ, ଶିକ୍ଷକମାନେ ବିଦ୍ୟାଳୟରେ ପହଞ୍ଚୁ ଥିବା ଅଭିଯୋଗ ହୋଇଥିଲା। ବିଇଓ ରସାନନ୍ଦ କର ଉତ୍ତରରେ କହିଥିଲେ, ସେଭଳି ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ଆସିନାହିଁ। ଲିଖିତ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।
ସେହିପରି ବିଭିନ୍ନ ବିଦ୍ୟାଳୟ, ଛାତ୍ରାବାସରେ ଜାଳେଣି କାଠକୁ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ସରକାର ରନ୍ଧନ ଗ୍ୟାସ ପାଇଁ ଅନୁଦାନ ଦେଉଥିବା ସେ ପ୍ରକାଶ କରିଥିଲେ। ସେହିପରି ବୁଡ଼ାଗୁଡା ସମେତ ଦାରିଙ୍ଗବାଡି, ଭ୍ରମରବାଡ଼ି, ସିର୍କାବର୍ଗ ଭଳି ପଞ୍ଚାୟତରେ ପିଇବା ପାଣିର ଉତ୍କଟ ସମସ୍ୟା ସମ୍ପର୍କରେ ଜନପ୍ରତିନିଧି ଅଭିଯୋଗ କରିଥିଲେ।
The post ପିଇବା ପାଣି, ଶିକ୍ଷାର ଅବ୍ୟବସ୍ଥା ନେଇ ହଟ୍ଟଗୋଳ appeared first on Dharitri Odia News.