ମାତ୍ର ୪ ଦିନ ପୂର୍ବରୁ ହୋଇଥିଲା ବିବାହ, ବୁଲିବାକୁ ଯାଇଥିଲେ କାଶ୍ମୀର, ହେଲେ…
ଜାମ୍ମ କାଶ୍ମୀର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ମର୍ମାହତ। ଏହି ଆକ୍ରମଣରେ ୨୬ ଜଣ ପ୍ରାଣ... The post ମାତ୍ର ୪ ଦିନ ପୂର୍ବରୁ ହୋଇଥିଲା ବିବାହ, ବୁଲିବାକୁ ଯାଇଥିଲେ କାଶ୍ମୀର, ହେଲେ… appeared first on .
ଜାମ୍ମ କାଶ୍ମୀର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ମର୍ମାହତ। ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ମାତ୍ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କାଶ୍ମୀରରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରୁଛନ୍ତି।
ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ସେନା ଏକ ସ୍ୱତନ୍ତ୍ର ଅପରେସନ୍ ଚଳାଇଛି। ଆକ୍ରମଣରେ ଜଣେ ନୌସେନା ଅଧିକାରୀ ମଧ୍ୟ ପ୍ରାଣ ହରାଇଥିବା ଖବର ଆସୁଛି। ସେ ମାତ୍ର ଚାରି ଦିନ ପୂର୍ବରୁ ବିବାହ କରିଥିଲେ। ପ୍ରାଣ ହରାଇଥିବା ନୌସେନା ଅଧିକାରୀଙ୍କୁ ଲେଫ୍ଟନାଣ୍ଟ ବିନୟ ନରୱାଲ ବୋଲି ଜଣାପଡ଼ିଛି ।
ପ୍ରତିରକ୍ଷା ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, କୋଚିରେ ନିଯୁକ୍ତ ୨୬ ବର୍ଷୀୟ ଅଧିକାରୀ ତାଙ୍କ ବିବାହ ପରେ ଏପ୍ରିଲ ୧୬ ତାରିଖରେ ଛୁଟି ପାଇଁ କାଶ୍ମୀର ଯାଇଥିଲେ। ସେମାନଙ୍କର ବିବାହ ରିସେପ୍ସନ ୧୯ ଏପ୍ରିଲରେ ହୋଇଥିଲା। ନରୱାଲ ମାତ୍ର ଦୁଇ ବର୍ଷ ପୂର୍ବରୁ ନୌସେନାରେ ଯୋଗ ଦେଇଥିଲେ ଏବଂ କୋଚିରେ ପୋଷ୍ଟିଂ କରିଥିଲେ।
ପଡ଼ୋଶୀ ଏବଂ ସ୍ଥାନୀୟ ଲୋକମାନେ ଏହି ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଜଣେ ପଡ଼ୋଶୀ ନରେଶ ବଂଶଲ କହିଛନ୍ତି ଯେ ତାଙ୍କର ଚାରି ଦିନ ପୂର୍ବରୁ ବିବାହ ହୋଇଥିଲା। ସମସ୍ତେ ଖୁସି ଥିଲେ। ଆମେ ସୂଚନା ପାଇଛୁ ଯେ ତାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି ଏବଂ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସେ ନୌସେନାରେ ଜଣେ ଅଧିକାରୀ ଥିଲେ।
The post ମାତ୍ର ୪ ଦିନ ପୂର୍ବରୁ ହୋଇଥିଲା ବିବାହ, ବୁଲିବାକୁ ଯାଇଥିଲେ କାଶ୍ମୀର, ହେଲେ… appeared first on .