୧୯ ଖଣ୍ଡ ମୌଜା ଅଞ୍ଚଳରେ ଛାତ୍ର ସଂସଦ ସଂଘ ଗଠିତ
୧୯ ଖଣ୍ଡ ମୌଜା ଅଞ୍ଚଳରେ ଛାତ୍ର ସଂସଦ ସଂଘ ଗଠିତ ଝାରସୁଗୁଡା ୧୫/୧0 (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ଚାଣ୍ଟିପାଲି ସାପ୍ତାହିକ ବଜାର ପ୍ରାଙ୍ଗଣରେ ସ୍ଥାନୀୟ ଛାତ୍ର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଦସ୍ୟ ଶିଶୁପାଳ ଦେହେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ଲାଭ ନିମନ୍ତେ ଏକ ସରକାରୀ ଡ଼ିଗ୍ରୀ କଲେଜ ପ୍ରତିଷ୍ଠା କରିବା, […] The post ୧୯ ଖଣ୍ଡ ମୌଜା ଅଞ୍ଚଳରେ ଛାତ୍ର ସଂସଦ ସଂଘ ଗଠିତ appeared first on Odisha.News.

୧୯ ଖଣ୍ଡ ମୌଜା ଅଞ୍ଚଳରେ ଛାତ୍ର ସଂସଦ ସଂଘ ଗଠିତ
ଝାରସୁଗୁଡା ୧୫/୧0 (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ଚାଣ୍ଟିପାଲି ସାପ୍ତାହିକ ବଜାର ପ୍ରାଙ୍ଗଣରେ
ସ୍ଥାନୀୟ ଛାତ୍ର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଦସ୍ୟ ଶିଶୁପାଳ ଦେହେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ଲାଭ ନିମନ୍ତେ ଏକ ସରକାରୀ ଡ଼ିଗ୍ରୀ କଲେଜ ପ୍ରତିଷ୍ଠା କରିବା, ଏକ ଉନ୍ନତ ମାନର ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ଏବଂ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଭାରେ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ଆଗାମୀ ଦିନରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ସ୍ଥାନୀୟ ଛାତ୍ର ମାନଙ୍କୁ ନେଇ ଏକ ପରିଚାଳନା ଛାତ୍ର ସଂସଦ କମିଟି ଗଠନ କରା ଯାଇଥିଲା । ଉକ୍ତ କମିଟିର ସଭାପତି ଭାବେ ଶିଶୁପାଳ ଦେହେରିଆ, ଭୋପାଳ ସାହୁଙ୍କୁ ଉପ ସଭାପତି, ସ୍ଵାଧୀନ ସା ସମ୍ପାଦକ ଏବଂ ଦିପେଶ ସାହୁଙ୍କୁ ସୂଚନା ପରିଚାଳକ ଭାବେ ସର୍ଵ ସମ୍ମତି କ୍ରମେ ମନୋନୀତ କରା ଯାଇଥିଲା । ସଦସ୍ୟ ଦୀପକ ରଣା ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ ଘୋଷଣା କରିଥିଲେ ।
The post ୧୯ ଖଣ୍ଡ ମୌଜା ଅଞ୍ଚଳରେ ଛାତ୍ର ସଂସଦ ସଂଘ ଗଠିତ appeared first on Odisha.News.