ଅନ୍ତିମ ପର୍ଯ୍ୟାୟରେ ଭରୁଛି ଇଭିଏମ୍; ଦିନ ଗୋଟିଏ ସୁଦ୍ଧା ୪୦.୦୯ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି । ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ ଆସନରେ ଭୋଟିଂ ଜାରି ରହିଛି । କାଁ ଭାଁ ହିଂସା ଛାଡ଼ି ଦେଲେ ବାକି ସବୁ ସ୍ଥାନରେ ସୁରୁଖୁରୁରେ ନିର୍ବାଚନ ଚାଲଛି । ECIଙ୍କ ରିପୋର୍ଟ ମୁତାବକ, ଦେଶରେ ଦିନ ଗୋଟାଏ ସୁଦ୍ଧା ୪୦.୦୯ ପ୍ରତିଶତ ଭୋଟିଂ ହୋଇଛି । ହିମାଚଳ ପ୍ରଦେଶରେ ସର୍ବାଧିକ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ ମତଦାନ ହୋଇଛି । ହିମାଚଳରେ ୪୮.୬୩ ପ୍ରତିଶତ ମତଦାନ ହୋଇଛି । ଦ୍ବିତୀୟ ସ୍ଥାନରେ ରହିଛି ଝାଡଖଣ୍ଡ । ରାଜ୍ୟରେ ୪୬.୮୦ ପ୍ରତିଶତ ଭୋଟିଂ ହୋଇଛି । ପଶ୍ଚିମବଙ୍ଗରେ ୪୫.୦୭% , ଉତ୍ତରପ୍ରଦେଶରେ ୩୯.୩୧%, ଚଣ୍ଡିଗଡ଼ରେ ୪୦.୧୪%, ଓଡ଼ିଶା ୩୭.୬୪%, ପଞ୍ଜାବରେ ୩୮.୮୦ ପ୍ରତିଶତ ଏବଂ ବିହାରରେ ସର୍ବନିମ୍ନ ୩୫.୬୫ ପ୍ରତିଶତ ଭୋଟିଂ ହୋଇଛି । ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ଜୟନଗର ଲୋକସଭା କ୍ଷେତ୍ରର କୁଲତଲି ଅଞ୍ଚଳରେ ଭୋଟର ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।କୁଲତଲିର ଏକ ବୁଥରେ ସକାଳ ୭ଟାରୁ ମତଦାନ ହୋଇଥିଲା । ଏହି ସମୟରେ ମେରିଗଞ୍ଜର ୪୦ ଓ ୪୧ ନମ୍ବର ରେ ଶସାନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର କିଛି ସମର୍ଥକ ଭୋଟିଂ ରୋକିବାକୁ ଚେଷ୍ଟା କରିଥିଲେ । ବିରୋଧ ସତ୍ତ୍ବେ ମତଦାନ ପୁଣି ଥରେ ଆରମ୍ଭ ହୋଇଥିଲା । ହେଲେ ୨୦ ମିନିଟ୍ ଭିତରେ ଇଭିଏମ ମେସିନ୍ ଓ ଭିଭିପାଟକୁ ଅଭିଯୁକ୍ତମାନେ ବୁଥ୍ ନିକଟରେ ଥିବା ଏକ ପୋଖରାରେ ଫିଙ୍ଗି ଦେଇଥିଲେ ।

ଅନ୍ତିମ ପର୍ଯ୍ୟାୟରେ ଭରୁଛି ଇଭିଏମ୍; ଦିନ ଗୋଟିଏ ସୁଦ୍ଧା ୪୦.୦୯ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି । ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ ଆସନରେ ଭୋଟିଂ ଜାରି ରହିଛି । କାଁ ଭାଁ ହିଂସା ଛାଡ଼ି ଦେଲେ ବାକି ସବୁ ସ୍ଥାନରେ ସୁରୁଖୁରୁରେ ନିର୍ବାଚନ ଚାଲଛି । ECIଙ୍କ ରିପୋର୍ଟ ମୁତାବକ, ଦେଶରେ ଦିନ ଗୋଟାଏ ସୁଦ୍ଧା ୪୦.୦୯ ପ୍ରତିଶତ ଭୋଟିଂ ହୋଇଛି । ହିମାଚଳ ପ୍ରଦେଶରେ ସର୍ବାଧିକ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ ମତଦାନ ହୋଇଛି । 

ହିମାଚଳରେ ୪୮.୬୩ ପ୍ରତିଶତ ମତଦାନ ହୋଇଛି । ଦ୍ବିତୀୟ ସ୍ଥାନରେ ରହିଛି ଝାଡଖଣ୍ଡ । ରାଜ୍ୟରେ ୪୬.୮୦ ପ୍ରତିଶତ ଭୋଟିଂ ହୋଇଛି । ପଶ୍ଚିମବଙ୍ଗରେ ୪୫.୦୭% , ଉତ୍ତରପ୍ରଦେଶରେ ୩୯.୩୧%, ଚଣ୍ଡିଗଡ଼ରେ ୪୦.୧୪%, ଓଡ଼ିଶା ୩୭.୬୪%, ପଞ୍ଜାବରେ ୩୮.୮୦ ପ୍ରତିଶତ ଏବଂ ବିହାରରେ ସର୍ବନିମ୍ନ ୩୫.୬୫ ପ୍ରତିଶତ ଭୋଟିଂ ହୋଇଛି । 

ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ଜୟନଗର ଲୋକସଭା କ୍ଷେତ୍ରର କୁଲତଲି ଅଞ୍ଚଳରେ ଭୋଟର ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

କୁଲତଲିର ଏକ ବୁଥରେ ସକାଳ ୭ଟାରୁ ମତଦାନ ହୋଇଥିଲା । ଏହି ସମୟରେ ମେରିଗଞ୍ଜର ୪୦ ଓ ୪୧ ନମ୍ବର ରେ ଶସାନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର କିଛି ସମର୍ଥକ ଭୋଟିଂ ରୋକିବାକୁ ଚେଷ୍ଟା କରିଥିଲେ । ବିରୋଧ ସତ୍ତ୍ବେ ମତଦାନ ପୁଣି ଥରେ ଆରମ୍ଭ ହୋଇଥିଲା । ହେଲେ ୨୦ ମିନିଟ୍ ଭିତରେ ଇଭିଏମ ମେସିନ୍ ଓ ଭିଭିପାଟକୁ ଅଭିଯୁକ୍ତମାନେ ବୁଥ୍ ନିକଟରେ ଥିବା ଏକ ପୋଖରାରେ ଫିଙ୍ଗି ଦେଇଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ରୋକିବା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବାକୁ ଚେଷ୍ଟା କରିଥିଲା, ହେଲେ ଅଭିଯୁକ୍ତମାନେ ରାସ୍ତାରେ ଗଛ ପକାଇ ବିରୋଧ ପ୍ରଦର୍ଶନ କରିଥିଲେ ।