ମଉଳିଲା ଭାରତର ପଦକ ଆଶା, ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ ୦୭/୦୮: କୋଟି କୋଟି ଭାରତୀୟଙ୍କ ଭାଙ୍ଗିଲା ହୃଦୟ । ବିଶେଷକରି ଭାରତକୁ ଲାଗିଲା ଝଟ୍‌କା । ଅଯୋଗ୍ୟ ଘୋଷିତ ହେଲେ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ଫଳରେ ଭାଙ୍ଗିଯାଇଛି ସୁନା ପଦକ ଆଶା । ଏବେ ସେ ପ୍ୟାରିସ ଅଲିମ୍ପିକ୍ସରୁ ଡିସ୍‌କ୍ୱାଲିଫାୟ ହୋଇଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସର ଅପଡେଟ୍ ଖବର ପାଇଁ ପଢନ୍ତୁଭାରତର ଅଲିମ୍ପିକ ଅଭିଯାନରେ ପୁଣି ଗୋଟିଏ ପଦକ ହାତଛଡା ହୋଇଛି । ତାଙ୍କ ଓଜନ ୫୦ କିଲୋଗ୍ରାମ ସହିତ ମେଳ ଖାଉ ନାହିଁ ବୋଲି ସୂତ୍ରରୁ ଜଣାପଡିଛି । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) କହିଛି ଯେ ମହିଳା କୁସ୍ତି ୫୦ କିଲୋଗ୍ରାମ ବର୍ଗରୁ ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ଖବର ଜଣାପଡିବା ପରେ ସବୁଠି ଦୁଃଖର ମାହୋଲ ଛାଇଯାଇଛି । Heartbreak for India, Vinesh Phogat disqualified ahead of Gold medal match at Paris OlympicsRead @ANI Story | https://t.co/cEKJjDvwEA#VineshPhogat #ParisOlympics2024 #disqualified pic.twitter.com/QWw0AUtnio— ANI Digital (@ani_digital) August 7, 2024ରାତାରାତି ଦଳ ଦ୍ୱାରା କରାଯାଇଥିବା ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ଆଜି ସକାଳେ ତାଙ୍କର ଓଜନ ୫୦ କିଲୋଗ୍ରାମରୁ ଅଧିକ ଥିଲା । ଏହା ପରେ ନିଷ୍ପତ୍ତି ହୋଇଥିଲା ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ୧୦୦ ଗ୍ରାମ ଓଜନ ବଢିଥିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଆଜି ରାତିରେ ଫ

ମଉଳିଲା ଭାରତର ପଦକ ଆଶା, ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ ୦୭/୦୮: କୋଟି କୋଟି ଭାରତୀୟଙ୍କ ଭାଙ୍ଗିଲା ହୃଦୟ । ବିଶେଷକରି ଭାରତକୁ ଲାଗିଲା ଝଟ୍‌କା । ଅଯୋଗ୍ୟ ଘୋଷିତ ହେଲେ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ଫଳରେ ଭାଙ୍ଗିଯାଇଛି ସୁନା ପଦକ ଆଶା । ଏବେ ସେ ପ୍ୟାରିସ ଅଲିମ୍ପିକ୍ସରୁ ଡିସ୍‌କ୍ୱାଲିଫାୟ ହୋଇଛନ୍ତି । 


ପ୍ୟାରିସ୍ ଅଲିମ୍ପିକ୍ସର ଅପଡେଟ୍ ଖବର ପାଇଁ ପଢନ୍ତୁ


ଭାରତର ଅଲିମ୍ପିକ ଅଭିଯାନରେ ପୁଣି ଗୋଟିଏ ପଦକ ହାତଛଡା ହୋଇଛି । ତାଙ୍କ ଓଜନ ୫୦ କିଲୋଗ୍ରାମ ସହିତ ମେଳ ଖାଉ ନାହିଁ ବୋଲି ସୂତ୍ରରୁ ଜଣାପଡିଛି । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) କହିଛି ଯେ ମହିଳା କୁସ୍ତି ୫୦ କିଲୋଗ୍ରାମ ବର୍ଗରୁ ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ଖବର ଜଣାପଡିବା ପରେ ସବୁଠି ଦୁଃଖର ମାହୋଲ ଛାଇଯାଇଛି । 


ରାତାରାତି ଦଳ ଦ୍ୱାରା କରାଯାଇଥିବା ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ଆଜି ସକାଳେ ତାଙ୍କର ଓଜନ ୫୦ କିଲୋଗ୍ରାମରୁ ଅଧିକ ଥିଲା । ଏହା ପରେ ନିଷ୍ପତ୍ତି ହୋଇଥିଲା ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ୧୦୦ ଗ୍ରାମ ଓଜନ ବଢିଥିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଆଜି ରାତିରେ ଫାଇନାଲ୍ ଖେଳିଥାନ୍ତେ ବିନେଶ । ଏହି ସମୟରେ ଦଳ ପକ୍ଷରୁ ଆଉ କୌଣସି ମନ୍ତବ୍ୟ ଦିଆଯାଇନି । ଭାରତୀୟ ଦଳ ଭିନେଶଙ୍କ ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି। 


Also Read: ପ୍ୟାରିସ୍ ଅଲିମ୍ପିକ୍ସ: ସିଜିନ୍ ବେଷ୍ଟ ଥ୍ରୋ’ ସହ ଫାଇନାଲରେ ନୀରଜ ଚୋପ୍ରା, ପ୍ରଥମ ପ୍ରୟାସରେ ଭାଙ୍ଗିଲେ ବଡ଼ ରେକର୍ଡ