US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୨।୨: ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏଥିସହ ‘ବ୍ୟବସାୟିକ ଯୁଦ୍ଧ’ ଆରମ୍ଭ ହୋଇଛି। ଟ୍ରମ୍ପ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଏବଂ ଚୀନରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଶନିବାରଠାରୁ ଏହା ତିନୋଟି ଦେଶ ଉପରେ କାର୍ଯ୍ୟକାରୀ ହୋଇଛି, ଯାହାକି ଏହି ଦେଶଗୁଡ଼ିକ ସହିତ ବାଣିଜ୍ୟ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି […] The post US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ appeared first on Dharitri Odia News.

US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୨।୨: ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏଥିସହ ‘ବ୍ୟବସାୟିକ ଯୁଦ୍ଧ’ ଆରମ୍ଭ ହୋଇଛି। ଟ୍ରମ୍ପ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଏବଂ ଚୀନରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଶନିବାରଠାରୁ ଏହା ତିନୋଟି ଦେଶ ଉପରେ କାର୍ଯ୍ୟକାରୀ ହୋଇଛି, ଯାହାକି ଏହି ଦେଶଗୁଡ଼ିକ ସହିତ ବାଣିଜ୍ୟ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି।

ଗୋଟିଏପଟେ ଏଭଳି ନିଷ୍ପତ୍ତି ବିଶ୍ୱ ପ୍ରତିଯୋଗିତାରେ ଆମେରିକାକୁ ମଜବୁତ କରିବ ବୋଲି ଟ୍ରମ୍ପ ଆଶା କରୁଥିବା ବେଳେ ଏହା ବିଶ୍ୱ ବାଣିଜ୍ୟରେ ମୁଦ୍ରାସ୍ଫୀତି ଏବଂ ଅସ୍ଥିରତା ବୃଦ୍ଧି କରିପାରେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ତେବେ ପୂର୍ବରୁ ଟ୍ରମ୍ପ ଏନେଇ ଘୋଷଣା କରିସାରିଥିଲେ। କ୍ଷମତା ଗ୍ରହଣ କରିବା ପରେ ସେ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଏବଂ କାନାଡା-ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ ବୋଲି ସେ କହିଥିଲେ।

ଶୁଳ୍କ ଲାଗୁ କରିବା ନିର୍ଦ୍ଦେଶରେ ସ୍ବାକ୍ଷର କରିବା ପରେ ଟ୍ରମ୍ପ କହିଛନ୍ତି, ଆଜି ମୁଁ ମେକ୍ସିକୋ ଏବଂ କାନାଡାରୁ ଆମଦାନୀ ଉପରେ ୨୫% ଶୁଳ୍କ (କାନାଡିୟ ଶକ୍ତି ଉପରେ ୧୦%) ଏବଂ ଚାଇନା ଉପରେ ଅତିରିକ୍ତ ୧୦% ଶୁଳ୍କ ଲାଗୁ କରିଛି। ଏହା IEEPA ମାଧ୍ୟମରେ କରାଯାଇଥିଲା କାରଣ ଅବୈଧ ବିଦେଶୀ ଏବଂ ଘାତକ ଔଷଧ ଯୋଗୁ ଆମର ନାଗରିକଙ୍କ ମୃତ୍ୟୁ ପ୍ରତି ଏକ ବଡ଼ ବିପଦ ରହିଛି। ଆମକୁ ଆମେରିକୀୟମାନଙ୍କୁ ସୁରକ୍ଷା ଦେବାକୁ ପଡିବ। ରାଷ୍ଟ୍ରପତି ଭାବରେ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ମୋର କର୍ତ୍ତବ୍ୟ। ମୁଁ ମୋର ର୍ନିବାଚନ ପ୍ରଚାରରେ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ ବେଆଇନ ବିଦେଶୀ ଏବଂ ନିଶାଦ୍ରବ୍ୟକୁ ଆମ ସୀମାରେ ପ୍ରବେଶ କରିବାକୁ ବନ୍ଦ କରିବି। ଏହାକୁ ଦୃଷ୍ଟିରେ ରଖି ଆମେରିକୀୟମାନେ ଆମ ସପକ୍ଷରେ ବିପୁଳ ଭୋଟ ଦେଇଥିଲେ।

Trump
ତେବେ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ କାନାଡା ଏବଂ ମେକ୍ସିକୋ ବିରୋଧ କରିଥିଲେ। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଥିଲେ ଯେ ଆବଶ୍ୟକ ହେଲେ ସେ ପ୍ରତିଶୋଧମୂଳକ ଶୁଳ୍କ ମଧ୍ୟ ଲଗାଇପାରିବେ। ଏହି ସମୟରେ, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ କହିଛନ୍ତି ଯେ ଆମେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ। ଏଥିପାଇଁ ଆମର ଏକ ଯୋଜନା ମଧ୍ୟ ଅଛି। ତଥାପି ଏହି ଶୁଳ୍କ ପ୍ରତି ଜବାବରେ ଦୁଇ ଦେଶ କି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେ ବିଷୟରେ କିଛି କୁହାଯାଇ ନାହିଁ।

The post US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ appeared first on Dharitri Odia News.