ପରକୀୟାପ୍ରୀତି: ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା
କେନ୍ଦୁଝର,୨।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପରକୀୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ତୀରମାଡ଼ କରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ ହାଣ୍ଡିଭଙ୍ଗା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ପୋଲିସ ସୁଚନା ମୁତାବକ, ଝୁମ୍ପୁରା ବ୍ଲକ ହାଣ୍ଡିଭଙ୍ଗା ଗ୍ରାମର ଦଶରା ମୁଣ୍ଡା(୫୦)ଙ୍କ ସ୍ତ୍ରୀ ଚନି(୪୫)ଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କ […] The post ପରକୀୟାପ୍ରୀତି: ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା appeared first on Dharitri Odia News.
କେନ୍ଦୁଝର,୨।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପରକୀୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ତୀରମାଡ଼ କରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ ହାଣ୍ଡିଭଙ୍ଗା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି।
ପୋଲିସ ସୁଚନା ମୁତାବକ, ଝୁମ୍ପୁରା ବ୍ଲକ ହାଣ୍ଡିଭଙ୍ଗା ଗ୍ରାମର ଦଶରା ମୁଣ୍ଡା(୫୦)ଙ୍କ ସ୍ତ୍ରୀ ଚନି(୪୫)ଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଥିଲା। ଏହି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଏହାକୁ ନେଇ ବୁଧବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା କ୍ରମେ ଉଗ୍ରରୂପ ନେଇଥିଲା।
ଏଥିରେ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଚିନିଙ୍କ ଉପରକୁ ତୀରମାଡ଼ କରିଥିଲେ। ତୀରଟି ଚିନିଙ୍କ ଛାତିରେ ବାଜି ଗଳି ଯାଇଥିଲା। ଫଳରେ ଚିନିଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରେ ସ୍ବାମୀ ଦଶରା ଏବଂ ପରିବାର ଲୋକେ ଚିନିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚିନିଙ୍କ ମୃତ୍ୟୁ ଘଟିଥିଲା।
ଅଭିଯୋଗ ପରେ ବାମେବାରୀ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ପୋଲିସ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରୁଛି।
The post ପରକୀୟାପ୍ରୀତି: ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା appeared first on Dharitri Odia News.