ପାପ କାମ କଲା ବାପା, ନିଜର ହିଁ ଝିଅ ଉପରେ ପକାଇଲା ଖରାପ ଆଖି

ଯାଜପୁର ଟାଉନ୍ : ଥାନା ଆଗରେ କ୍ୟାମେରା ସାମ୍ନାରେ ମାଆ ବଖାଣୁଛି ବାପାର କୁକର୍ମର କଥା । କେମିତି ନିଜର ହିଁ ଜନ୍ମକଲା ଝିଅକୁ କୁକର୍ମ କରିବାକୁ ପଛାଇଲାନି ବାପା । ହଁ ଆଜ୍ଞା ଶୁଣିବାକୁ ଆପଣଙ୍କୁ ଅଜବ ଆଉ ଅଖାଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଏଭଳି ପାପ କାମ କରିବାକୁ ବାପା ମନ ଟିକେ ବି ବଦଳାନି । ନିଜର କାମନାକୁ ଚାରିତାର୍ଥ କରିବା ପାଇଁ ଝିଅକୁ ବି ଛାଡିଲାନି ଏ କଳିଯୁଗର ବାପା […] The post ପାପ କାମ କଲା ବାପା, ନିଜର ହିଁ ଝିଅ ଉପରେ ପକାଇଲା ଖରାପ ଆଖି appeared first on KNews Odisha.

ପାପ କାମ କଲା ବାପା, ନିଜର ହିଁ ଝିଅ ଉପରେ ପକାଇଲା ଖରାପ ଆଖି
raped girl

ଯାଜପୁର ଟାଉନ୍ : ଥାନା ଆଗରେ କ୍ୟାମେରା ସାମ୍ନାରେ ମାଆ ବଖାଣୁଛି ବାପାର କୁକର୍ମର କଥା । କେମିତି ନିଜର ହିଁ ଜନ୍ମକଲା ଝିଅକୁ କୁକର୍ମ କରିବାକୁ ପଛାଇଲାନି ବାପା । ହଁ ଆଜ୍ଞା ଶୁଣିବାକୁ ଆପଣଙ୍କୁ ଅଜବ ଆଉ ଅଖାଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଏଭଳି ପାପ କାମ କରିବାକୁ ବାପା ମନ ଟିକେ ବି ବଦଳାନି । ନିଜର କାମନାକୁ ଚାରିତାର୍ଥ କରିବା ପାଇଁ ଝିଅକୁ ବି ଛାଡିଲାନି ଏ କଳିଯୁଗର ବାପା ।
ହଁ ନିଜର ହିଁ ଝିଅକୁ ବାପା କରିଛି ଅସାଦାଚାରଣ । ମାଆ ନିଜେ କହୁଛି ନିଜ ମୁହଁରେ । ଆପଣ ଜାଣିଲେ ଆହୁରି ଆପଣଙ୍କ ରକ୍ତ ଗରମ ହୋଇଯିବ ସେ ଝିଅଟି ନାବାଳିକା ।

ଏସବୁ ହେଇଛି ଯାଜପୁର ଜିଲ୍ଲା ବିଞ୍ଝାରପୁରରେ। ନିଜ ନାବାଳିକା ଝିଅଙ୍କୁ ବାପା କଲା ଦୁଷ୍କର୍ମ । ସୈତାନ ସାଜିଲା ନିଜ ବାପା । ଏ ନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିଳିତାଙ୍କ ମା । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଲେଇ ଚନ୍ଦନପୁରରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ । ଗାଁର ଜଣେ ସ୍ବାମୀ ସ୍ତ୍ରୀଙ୍କର ପାରିବାରିକ କଳହ ଯୋଗୁ ଦୁହେଁ ଆଠ ବର୍ଷ ହେବ ଅଲଗା ରହୁଥିଲେ ଯାହାର ସୁଯୋଗ ନେଇ ନିଜ ଷୋହଳ ବର୍ଷ ଝିଅ ସହ ପାପ ସମ୍ପର୍କ ରଖିଥିଲା ବାପା ।

ବାରମ୍ବାର ଦୁଷ୍କର୍ମ କରିବା ପରେ ଗତକାଲି ନିଜ ମା ଆଗରେ ସବୁ ସତକଥା କହିଥିଲା ନାବାଳିକା ଝିଅ । ଯାହାକୁ ନେଇ ଥାନାରେ ନିଜ ସ୍ଵାମୀ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ସ୍ତ୍ରୀ ପଦ୍ମାବତି ଦାସ । ଅନ୍ୟପଟେ ବିଞ୍ଝାରପୁର ପୋଲିସ ସୈତାନ ବାପାକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

The post ପାପ କାମ କଲା ବାପା, ନିଜର ହିଁ ଝିଅ ଉପରେ ପକାଇଲା ଖରାପ ଆଖି appeared first on KNews Odisha.