ପୀତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ

କେନ୍ୟୁଜ(ବ୍ୟୁରୋ) : ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ହେଲେ ନୂତନ ଆଡଭୋକେଟ ଜେନେରାଲ । ରାଜ୍ୟ ସରକାର ତାଙ୍କୁ ଆଜି ନୂତନ ଆଡଭୋକେଟ ଜେନେରାଲ(ଏଜି) ପଦରେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଇନ ବଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କିଛି ଦିନ ଧର ଏଜି ଭାବେ ତାଙ୍କ ନାମକୁ ନେଇ ଆଲୋଚନା ଚାଲିଥିଲା । ଆଜି ସରକାର ତାଙ୍କୁ ଏଜି ଭାବେ ଅବସ୍ଥାପିତ କରି ବଡ଼ ଦାୟିତ୍ୱ ଦେଇଛନ୍ତି ।  ନିଯୁକ୍ତି ପରେ […] The post ପୀତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ appeared first on KNews Odisha.

ପୀତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ
P. Acharya

କେନ୍ୟୁଜ(ବ୍ୟୁରୋ) : ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ହେଲେ ନୂତନ ଆଡଭୋକେଟ ଜେନେରାଲ । ରାଜ୍ୟ ସରକାର ତାଙ୍କୁ ଆଜି ନୂତନ ଆଡଭୋକେଟ ଜେନେରାଲ(ଏଜି) ପଦରେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଇନ ବଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କିଛି ଦିନ ଧର ଏଜି ଭାବେ ତାଙ୍କ ନାମକୁ ନେଇ ଆଲୋଚନା ଚାଲିଥିଲା । ଆଜି ସରକାର ତାଙ୍କୁ ଏଜି ଭାବେ ଅବସ୍ଥାପିତ କରି ବଡ଼ ଦାୟିତ୍ୱ ଦେଇଛନ୍ତି ।  ନିଯୁକ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ପୀତାମ୍ବର ଆଚାର୍ଯ୍ୟ । ସମ୍ବିଧାନ ବିଧି ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ଯଥାସମ୍ଭବ ମୋର କର୍ତ୍ତବ୍ୟ ପାଳନ କରିବି । ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାରେ ସରକାରଙ୍କ ଦାୟିତ୍ଵ ପ୍ରତିପାଦନ କରିବି ବୋଲି ସେ କହିଛନ୍ତି । ଆଇନ କ୍ଷେତ୍ରରେ ତାଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି । ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଲାଭ ସହ ୟୁନିଭର୍ସିଟି ଲ’ କଲେଜରୁ ଆଇନରେ ସ୍ନାତକ ଶିକ୍ଷାଲାଭ କରିଛନ୍ତି ପୀତାମ୍ବର ଆଚାର୍ଯ୍ୟ । ଆଇନ ସେବା ସହ ରାଜନୀତିରେ ମଧ୍ୟ ବେଶ ସକ୍ରିୟ ଅଛନ୍ତି ପୀତାମ୍ବର ଆଚାର୍ଯ୍ୟ । ଛାତ୍ର ଜୀବନରୁ ସେ ରାଜନୀତିରେ ଅଂଶଗ୍ରହଣ କରିବା ସହ ୧୯୯୦ରେ ବିଜେବି କଲେଜର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ଓଡିଶା ବିଜେପିର ଉପସଭାପତି ସହ ମୁଖପାତ୍ର ଭାବେ ଦାୟିତ୍ବ ତୁଲାଇଛନ୍ତି।

The post ପୀତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ appeared first on KNews Odisha.