ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ, ନକଲି ବହି ଜବତ

ଭୁବନେଶ୍ୱର : ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ । ବଡ଼ଗଡ଼ ଥାନା ରବି ଟକିଜ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରିଛି ପୋଲିସ ।  ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ବହି ଜବତ କରିଛି ପୋଲିସ ।  କେବେ ଠାରୁ ନକଲି ବହି ବିକ୍ରି କରୁଥିଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । DCP ପ୍ରତୀକ ସିଂହଙ୍କ ନେତୃତ୍ୱରେ ଖାରବେଳ ନଗର ଓ ବଡଗଡ ଥାନା ଅଧିକାରୀ ନକଲି NCERT […] The post ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ, ନକଲି ବହି ଜବତ appeared first on KNews Odisha.

ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ, ନକଲି ବହି ଜବତ
dcp

ଭୁବନେଶ୍ୱର : ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ । ବଡ଼ଗଡ଼ ଥାନା ରବି ଟକିଜ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରିଛି ପୋଲିସ ।  ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ବହି ଜବତ କରିଛି ପୋଲିସ ।  କେବେ ଠାରୁ ନକଲି ବହି ବିକ୍ରି କରୁଥିଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

DCP ପ୍ରତୀକ ସିଂହଙ୍କ ନେତୃତ୍ୱରେ ଖାରବେଳ ନଗର ଓ ବଡଗଡ ଥାନା ଅଧିକାରୀ ନକଲି NCERT ବହି ଗୋଦାମ ଉପରେ ଚଢ଼ାଉ କରିଛନ୍ତି । ଟଙ୍କପାନି ରୋଡର ଶୁଭମ୍ ବୁକ୍ ଷ୍ଟୋର ରେ ରହିଥିଲା ଏହି ବହି । ଏହାକୁ ଏକ ଗୋଦାମରେ ଲୁଚାଇ ରଖିଥିଲେ। NCERT କର୍ତ୍ତୁପକ୍ଷ କମିଶନରେଟ ପୋଲିସରେ ଏତଲା ଦେବା ପରେ ହୋଇଛି ଚଢ଼ାଉ ।

ଭୁବନେଶ୍ୱରର ତିନୋଟି ସ୍ଥାନରେ ହେଉଛି ରେଡ। ଏହାର ଅନ୍ୟ ଲିଙ୍କ ମଧ୍ୟ ଖୋଜୁଛି ପୋଲିସ । ଦେଶର ଅନ୍ୟ ସ୍ଥାନରେ ମଧ୍ୟ NCERT ନକଲି ବହି ମିଳୁଥିବା ନେଇ ରେଡ ହୋଇଛି । ଏହି ନେଟୱର୍କର ଚେର କେଉଁ ଆଡେ ଲମ୍ବିଛି ସେ ନେଇ ଖୋଳତାଡ କରୁଛି ପୋଲିସ । ଏହା ଦେଶ ସାରା ଚାଲିଥିବା ରାକେଟ ବୋଲି ସନ୍ଦେହ କରୁଛି ପୋଲିସ ।

The post ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ, ନକଲି ବହି ଜବତ appeared first on KNews Odisha.