ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଉଛି ଶୀତଳ ବାମ୍ଫ ସେବା, ମନକୁ ପହଞ୍ଚାଉଛି ଶିଥିଳତା

ଓହୋ କି ଶାନ୍ତି! କି ଆରାମ । ଶୀତଳ ବାମ୍ପ ଚିକିତ୍ସା ନେବା ପରେ ସମସ୍ତଙ୍କ ପାଟିରୁ ଏହା ସ୍ଵତଃ ପ୍ରବୃତ୍ତ ବାହାରୁଥିଲା । ଶାନ୍ତି ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ପଣା ସଂକ୍ରାନ୍ତିରେ ମଧ୍ୟ ଟାଉନ ହଲ ଛକରେ ଆରମ୍ଭ ହୋଇଛି ଶୀତଳ ବାମ୍ଫ ଚିକିତ୍ସା । ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । କିନ୍ତୁ ଏହି ତାତିରେ ମନକୁ ଶିଥିଳତା ପହଞ୍ଚାଉଛି […] The post ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଉଛି ଶୀତଳ ବାମ୍ଫ ସେବା, ମନକୁ ପହଞ୍ଚାଉଛି ଶିଥିଳତା appeared first on KNews Odisha.

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଉଛି ଶୀତଳ ବାମ୍ଫ ସେବା, ମନକୁ ପହଞ୍ଚାଉଛି ଶିଥିଳତା

ଓହୋ କି ଶାନ୍ତି! କି ଆରାମ । ଶୀତଳ ବାମ୍ପ ଚିକିତ୍ସା ନେବା ପରେ ସମସ୍ତଙ୍କ ପାଟିରୁ ଏହା ସ୍ଵତଃ ପ୍ରବୃତ୍ତ ବାହାରୁଥିଲା । ଶାନ୍ତି ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ପଣା ସଂକ୍ରାନ୍ତିରେ ମଧ୍ୟ ଟାଉନ ହଲ ଛକରେ ଆରମ୍ଭ ହୋଇଛି ଶୀତଳ ବାମ୍ଫ ଚିକିତ୍ସା । ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । କିନ୍ତୁ ଏହି ତାତିରେ ମନକୁ ଶିଥିଳତା ପହଞ୍ଚାଉଛି ଶୀତଳ ବାମ୍ଫ । ଗୋଟିଏ ଛୋଟ ପାଉଡର ଡ଼ବା, ଅତର ବୋତଲ, ବରଫ ସହ ଖଣ୍ଡେ ଟାୱେଲ ଆଉ ପାଣି ସ୍ପ୍ରେୟାରଟିଏ ଏତିକି ସାମଗ୍ରୀରେ ଆରମ୍ଭ ହୋଇଥାଏ ସେବା ।

ପ୍ରଥମେ ମୁହଁରେ ପାଣି ସ୍ପ୍ରେ ହୁଏ । ପରେ ବରଫ ଯୁକ୍ତ ଏକ ଟାୱେଲରେ ମୁହଁକୁ ପୋଛି ତାକୁ ମୁଣ୍ଡ ଉପରେ କିଛି ସମୟ ଛାଡ଼ି ଦିଆଯାଏ । ଏ ଟାୱେଲଟିକୁ ଚନ୍ଦନ, ଅଗୁର, କର୍ପୂର ଭଳି ସୁବାସିତ ଥଣ୍ଡା ଜଳରେ ବୁଡାଇ ରଖାଯାଇଥାଏ । ତାର ଏହି ସୁଗନ୍ଧରେ ଆତ୍ମତୃପ୍ତି ମିଳିଥାଏ । ଆଉ ତା ସାଙ୍ଗକୁ ଥଣ୍ଡା ପାଉଡର ଏବଂ ସେଣ୍ଟ ଲାଗିଗଲେ ସୁବାସରୁ ମିଳିଥାଏ ଶାନ୍ତି । ସେ ବାଟୋଇ ହୁଅନ୍ତୁ କି ଜିଲ୍ଲାର ଅଧିକାରୀ, ସମସ୍ତେ ଏହି ସେବାର ପ୍ରଶଂସକ । ଏହି ସେବା ଦ୍ୱାରା ଲୋକଙ୍କ ମନ ଓ ଦେହକୁ ଶାନ୍ତି ମିଳିଥାଏ ।

ଶାନ୍ତି ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଉଛି ଏହି ଶୀତଳ ବାମ୍ଫ ସେବା । ସମସ୍ତେ କୁହନ୍ତି ବାମ୍ଫ କେମିତି ଶୀତଳତା ଦେବ ହେଲେ ଶାନ୍ତି ଅନୁଷ୍ଠାନ ତରଫରୁ ପୁରୀରେ ଦିଆଯାଉଥିବା ଏହି ବାମ୍ଫ ସେବା ନିଆରା । ଯିଏ ଅନୁଭବ କରିଛି, ସିଏ ହିଁ ଜାଣିଛି ଏହାର ମହତ୍ତ୍ୱ । ଗତକାଲି ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶାନ୍ତି ପକ୍ଷରୁ ହନୁମାନ ଜୟନ୍ତୀ ତଥା ଓଡିଆ ନବ ବର୍ଷ ଅବସରରେ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ଲାଗି ପଥଚାରୀଙ୍କୁ ଶୀତଳ ବାମ୍ଫ ପ୍ରଦାନ କରାଯାଇଛି । ଏହି ଶୀତଳ ସେବା ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ବର୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ପୁରୀରେ ମଧ୍ୟ ପ୍ରବଳ ମାତ୍ରାରେ ଗରମ ଅନୁଭୂତ ହେଉଛି । ଗ୍ରୀଷ୍ମ ଉତ୍ତାପରୁ ପଥଚାରୀଙ୍କୁ ଉପଶମ ଦେବା ଲାଗି ଅନୁଷ୍ଠାନ ଶାନ୍ତି ପକ୍ଷରୁ ନିଆରା ଢଙ୍ଗରେ ଶୀତଳ ସେବା ପ୍ରଦାନ କରାଯାଇଛି । ଥଣ୍ଡା ଟାୱାଲ ସାଙ୍ଗକୁ କର୍ପୁର, ଆଗୁରୁ ବିଭିନ୍ନ ଶୀତଳ ପଦାର୍ଥ ବ୍ୟବହାର କରି ପୁରୀକୁ ଆସିଥିବା ଭକ୍ତ ପର୍ଯ୍ୟଟକ ଓ ପଥଚାରୀଙ୍କୁ ଏହି ଶୀତଳ ସେବା ପ୍ରଦାନ କରାଯାଇଛି । ଯାହାକୁ ଖୁବ ଉପଭୋଗ କରିଛନ୍ତି ଲୋକେ ।

Also read: ଜାଣିଛନ୍ତି ଆଜି କାହିଁକି ପାଳନ ହୁଏ ଓଡ଼ିଆ ନବବର୍ଷ, କଣ ରହିଛି ଏହାର ବିଶେଷତ୍ୱ ?

The post ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଉଛି ଶୀତଳ ବାମ୍ଫ ସେବା, ମନକୁ ପହଞ୍ଚାଉଛି ଶିଥିଳତା appeared first on KNews Odisha.