ପୁଣି ଥରେ ଘୁଞ୍ଚିଲା ‘ପୁଷ୍ପା-୨’ ରିଲିଜ୍‌ ଡେଟ୍‌, ଏହି ଦିନ ହେବ ମୁକ୍ତିଲାଭ

ମୁମ୍ଵାଇ ୨୫।୧୦: ଅଲ୍ଲୁ ଅର୍ଜୁନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ପୁଷ୍ପା: ଦ ରୁଲ୍‌’ ଚଳିତ ବର୍ଷର ଅନ୍ୟତମ  ସବୁଠୁ ଚର୍ଚ୍ଚିତ ଫିଲ୍ମ । ୨୦୨୨ରେ ମୁକ୍ତିପ୍ରାପ୍ତ ‘ପୁଷ୍ପା: ଦ ରାଇଜ୍‌’ ଜରିଆରେ ସାଉଥ୍‌   ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କୁ ପ୍ରଥମ ଥର ସର୍ବଭାରତୀୟ ସ୍ତରରେ ଉପସ୍ଥାପନ  କରାଯାଇଥିଲା। ଫିଲ୍ମଟି ମୂଳ ତେଲୁଗୁ ସଂସ୍କରଣ ସହିତ ତାମିଲ, ମାଲାୟାଲମ,  କନ୍ନଡ଼ ଓ ହିନ୍ଦୀରେ ମୁକ୍ତିଲାଭ କରିଥିଲା । ଅଲ୍ଲୁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ ।   କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ‘ପୁଷ୍ପା’ ହିନ୍ଦୀରେ ସୁପର୍‌ହିଟ୍‌ ହେଲା । ଗତ ଦୁଇ ବର୍ଷ  ହେଲା ଫ୍ୟାନ୍‌ ‘ପୁଷ୍ପା-୨’କୁ ଚାତକ ପରି ଅପେକ୍ଷା କରିଛନ୍ତି । ସଦ୍ୟ ରିପୋର୍ଟ  ଅନୁସାରେ, ପୁଣି ଥରେ ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚିଛି । ଏ ଥର କିନ୍ତୁ ଫ୍ୟାନ୍‌ଙ୍କ  ପାଇଁ ଚିନ୍ତା ନୁହେଁ, ଖୁସି ଖବର ।  ‘ପୁଷ୍ପା-୨’ର ନିର୍ମାତା ଓ ବିତରକମାନେ ଗତ ଗୁରୁବାର ସାମ୍ବାଦିକ ସମ୍ମିଳନୀ  କରିଥିଲେ । ଏଥିରେ ଫିଲ୍ମର ନୂଆ ରିଲିଜ୍‌ ତାରିଖ ଘୋଷଣା କରାଗଲା । ପୂର୍ବରୁ  ଆସନ୍ତା ଡିସେମ୍ବର ୬ ତାରିଖରେ ଫିଲ୍ମର ରିଲିଜ୍‌ ତାରିଖ ସ୍ଥିର ହୋଇଥିଲା । କିଛି  ଦିନ ତଳେ ଫିଲ୍ମର ଆଉ ଏକ ପୋଷ୍ଟ୍‌ ଆସିଥିଲା, ଯେଉଁଥିରେ ଏହି ରିଲିଜ୍‌ ତାରିଖ  ଥିଲା । ଏବେ ନିର୍ମାତା ଅଲ୍ଲୁଙ୍କ ଫ୍ୟାନ୍‌ଙ୍କୁ ବଡ଼ ସର୍‌ପ୍ରାଇଜ୍‌ ଦେଇଛନ୍ତି । ଦିନକ ପୂର୍ବରୁ ‘ପୁଷ୍ପା-୨’ ମୁକ୍ତିଲାଭ କରିବ ବୋଲି ଘୋଷଣା କର

ପୁଣି ଥରେ ଘୁଞ୍ଚିଲା ‘ପୁଷ୍ପା-୨’ ରିଲିଜ୍‌ ଡେଟ୍‌, ଏହି ଦିନ ହେବ ମୁକ୍ତିଲାଭ

ମୁମ୍ଵାଇ ୨୫।୧୦: ଅଲ୍ଲୁ ଅର୍ଜୁନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ପୁଷ୍ପା: ଦ ରୁଲ୍‌’ ଚଳିତ ବର୍ଷର ଅନ୍ୟତମ  ସବୁଠୁ ଚର୍ଚ୍ଚିତ ଫିଲ୍ମ । ୨୦୨୨ରେ ମୁକ୍ତିପ୍ରାପ୍ତ ‘ପୁଷ୍ପା: ଦ ରାଇଜ୍‌’ ଜରିଆରେ ସାଉଥ୍‌   ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କୁ ପ୍ରଥମ ଥର ସର୍ବଭାରତୀୟ ସ୍ତରରେ ଉପସ୍ଥାପନ  କରାଯାଇଥିଲା। ଫିଲ୍ମଟି ମୂଳ ତେଲୁଗୁ ସଂସ୍କରଣ ସହିତ ତାମିଲ, ମାଲାୟାଲମ,  କନ୍ନଡ଼ ଓ ହିନ୍ଦୀରେ ମୁକ୍ତିଲାଭ କରିଥିଲା । ଅଲ୍ଲୁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ ।   କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ‘ପୁଷ୍ପା’ ହିନ୍ଦୀରେ ସୁପର୍‌ହିଟ୍‌ ହେଲା । ଗତ ଦୁଇ ବର୍ଷ  ହେଲା ଫ୍ୟାନ୍‌ ‘ପୁଷ୍ପା-୨’କୁ ଚାତକ ପରି ଅପେକ୍ଷା କରିଛନ୍ତି । ସଦ୍ୟ ରିପୋର୍ଟ  ଅନୁସାରେ, ପୁଣି ଥରେ ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚିଛି । ଏ ଥର କିନ୍ତୁ ଫ୍ୟାନ୍‌ଙ୍କ  ପାଇଁ ଚିନ୍ତା ନୁହେଁ, ଖୁସି ଖବର ।  ‘

ପୁଷ୍ପା-୨’ର ନିର୍ମାତା ଓ ବିତରକମାନେ ଗତ ଗୁରୁବାର ସାମ୍ବାଦିକ ସମ୍ମିଳନୀ  କରିଥିଲେ । ଏଥିରେ ଫିଲ୍ମର ନୂଆ ରିଲିଜ୍‌ ତାରିଖ ଘୋଷଣା କରାଗଲା । ପୂର୍ବରୁ  ଆସନ୍ତା ଡିସେମ୍ବର ୬ ତାରିଖରେ ଫିଲ୍ମର ରିଲିଜ୍‌ ତାରିଖ ସ୍ଥିର ହୋଇଥିଲା । କିଛି  ଦିନ ତଳେ ଫିଲ୍ମର ଆଉ ଏକ ପୋଷ୍ଟ୍‌ ଆସିଥିଲା, ଯେଉଁଥିରେ ଏହି ରିଲିଜ୍‌ ତାରିଖ  ଥିଲା । ଏବେ ନିର୍ମାତା ଅଲ୍ଲୁଙ୍କ ଫ୍ୟାନ୍‌ଙ୍କୁ ବଡ଼ ସର୍‌ପ୍ରାଇଜ୍‌ ଦେଇଛନ୍ତି । ଦିନକ ପୂର୍ବରୁ ‘ପୁଷ୍ପା-୨’ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଛନ୍ତି । ଘୋଷଣାର କିଛି ସମୟ  ପରେ ଅଲ୍ଲୁ ନିଜ ଔପଚାରିକ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଫିଲ୍ମର ଏକ ନୂଆ ପୋଷ୍ଟର୍‌  ଶେୟାର କଲେ । 

ଏଥିରେ ରିଲିଜ୍‌ ତାରିଖ ଡିସେମ୍ବର ୫ ଉଲ୍ଲେଖ ହୋଇଛି ।  ଏହି ଘୋଷଣା ପରେ ବଲିଉଡ୍‌ରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିନେତା ଭିକି   କୌଶଲଙ୍କ ଐତିହାସିକ ଡ୍ରାମା ଫିଲ୍ମ ‘ଛାବା’ ସହ ‘ପୁଷ୍ପା-୨’ର ଟକ୍କର ହେବ ।  ‘ଛାବା’ ପାଇଁ ଏହା ଚିନ୍ତାର ବିଷୟ । କାରଣ ‘ଛାବା’ ତୁଳନାରେ ବକ୍ସ ଅଫିସ୍‌ରେ  ‘ପୁଷ୍ପା’ର ଅଲଗା କ୍ରେଜ୍‌ ରହିଛି । ଅଲ୍ଲୁ ଓ ଭିକିଙ୍କ ମଧ୍ୟରେ ତୁଳନା ମଧ୍ୟ ଅସମ୍ଭବ ।  ଏହି ସ୍ଥିତିରେ ‘ଛାବା’ ନିର୍ମାତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ଦେଖିବା  ବାକି ରହିଲା । ‘ପୁଷ୍ପା-୨’ରେ ଅଲ୍ଲୁଙ୍କ ସହ ରଶ୍ମିକା ମନ୍ଦନା, ଫହାଦ ଫାସିଲ ଏବଂ   ଜଗପତି ବାବୁ ଓ ପ୍ରକାଶ ରାଜ ନଜର ଆସିବେ ।