ଆଜି ସରସ୍ବତୀ ପୂଜା : ଶିକ୍ଷାନୁଷ୍ଠାନରେ ଚାଲିଛି ମା’ ବାଗଦେବୀଙ୍କ ପୂଜା
ଭୁବନେଶ୍ୱର (କେନ୍ୟୁଜ): ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ଙ୍କ ଆଗମନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ। ସଜେଇ ହୋଇଛି ସ୍କୁଲ ଓ କଲେଜ। ମନ୍ତ୍ର ଓ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ। କୁନି କୁନି ପିଲାମାନେ ନିଜେ ସରସ୍ବତୀ ବନ୍ଦନା ପାଠ କରି ମାଆଙ୍କ ଆବାହନ କରୁଛନ୍ତି। ସରସ୍ୱତୀ ପୂଜାକୁ ନେଇ ସବୁଠି […] The post ଆଜି ସରସ୍ବତୀ ପୂଜା : ଶିକ୍ଷାନୁଷ୍ଠାନରେ ଚାଲିଛି ମା’ ବାଗଦେବୀଙ୍କ ପୂଜା appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ): ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ଙ୍କ ଆଗମନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ। ସଜେଇ ହୋଇଛି ସ୍କୁଲ ଓ କଲେଜ। ମନ୍ତ୍ର ଓ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ। କୁନି କୁନି ପିଲାମାନେ ନିଜେ ସରସ୍ବତୀ ବନ୍ଦନା ପାଠ କରି ମାଆଙ୍କ ଆବାହନ କରୁଛନ୍ତି। ସରସ୍ୱତୀ ପୂଜାକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ବେତ ମେଘଖଣ୍ଡ ଆକାଶରେ ଶୋଭାପାଏ ।
The post ଆଜି ସରସ୍ବତୀ ପୂଜା : ଶିକ୍ଷାନୁଷ୍ଠାନରେ ଚାଲିଛି ମା’ ବାଗଦେବୀଙ୍କ ପୂଜା appeared first on KNews Odisha.