ଗଞ୍ଜାମ ଜିଲ୍ଲାକୁ ୫୫୦ କୋଟିର ପ୍ରକଳ୍ପ ଭେଟି : ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୫୫୦ କୋଟିର ପ୍ରକଳ୍ପ ଭେଟି ।  ଆସ୍କାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।  ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ରହିଛି । ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । କହିଛନ୍ତି, ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ ।  […] The post ଗଞ୍ଜାମ ଜିଲ୍ଲାକୁ ୫୫୦ କୋଟିର ପ୍ରକଳ୍ପ ଭେଟି : ମୁଖ୍ୟମନ୍ତ୍ରୀ appeared first on KNews Odisha.

ଗଞ୍ଜାମ ଜିଲ୍ଲାକୁ ୫୫୦ କୋଟିର ପ୍ରକଳ୍ପ ଭେଟି : ମୁଖ୍ୟମନ୍ତ୍ରୀ
cm mohan..

ଗଞ୍ଜାମ : ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୫୫୦ କୋଟିର ପ୍ରକଳ୍ପ ଭେଟି ।  ଆସ୍କାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।  ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ରହିଛି ।

ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । କହିଛନ୍ତି, ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ ।  ରାଜ୍ୟର ଯୁବ ସମାଜ ପାଇଁ ସୁବର୍ଣ୍ଣ ଯୁଗ ଆସୁଛି ।  ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି ।

୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ପାଇଁ ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜଡ ଡିପିଆର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Also read: ସ୍ନାନଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦର୍ଶନ କଲେ ମହାପ୍ରଭୁଙ୍କ ମଙ୍ଗଳ ଆଳତି

 

The post ଗଞ୍ଜାମ ଜିଲ୍ଲାକୁ ୫୫୦ କୋଟିର ପ୍ରକଳ୍ପ ଭେଟି : ମୁଖ୍ୟମନ୍ତ୍ରୀ appeared first on KNews Odisha.