ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ଆହ୍ୱାନ, ଅଧିକ ସନ୍ତାନ ଥିଲେ ଆର୍ଥିକ ସହାୟତା ଦିଆଯିବ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ଆହ୍ୱାନ । ଦକ୍ଷିଣ ଭାରତୀୟ ରାଜ୍ୟର ଲୋକେ ଅଧିକ ସନ୍ତାନ ଜନ୍ମ କରିବାକୁ ଆହ୍ୱାନ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ବୟସ୍କଙ୍କ ସଂଖ୍ୟା ବଢୁଥିବାରୁ ଆନ୍ଧ୍ର ସରକାର ଜନସଂଖ୍ଯା ପ୍ରବନ୍ଧନ ପାଇଁ ଯୋଜନା କରିବେ । ଏହି ଯୋଜନାରେ ଅଧିକ ସନ୍ତାନ ଥିବା ପରିବାରକୁ ଆର୍ଥିକ ସହାୟତା ଦିଆଯିବ । ସେହିପରି ନୂଆ ନିୟମ ଅନୁଯାୟୀ ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ଓ ସ୍ଥାନୀୟ ନିର୍ବାଚନଗୁଡିକରେ ନିର୍ବାଚନ […] The post ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ଆହ୍ୱାନ, ଅଧିକ ସନ୍ତାନ ଥିଲେ ଆର୍ଥିକ ସହାୟତା ଦିଆଯିବ appeared first on KNews Odisha.

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ଆହ୍ୱାନ, ଅଧିକ ସନ୍ତାନ ଥିଲେ ଆର୍ଥିକ ସହାୟତା ଦିଆଯିବ
andhra cm

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ଆହ୍ୱାନ । ଦକ୍ଷିଣ ଭାରତୀୟ ରାଜ୍ୟର ଲୋକେ ଅଧିକ ସନ୍ତାନ ଜନ୍ମ କରିବାକୁ ଆହ୍ୱାନ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ବୟସ୍କଙ୍କ ସଂଖ୍ୟା ବଢୁଥିବାରୁ ଆନ୍ଧ୍ର ସରକାର ଜନସଂଖ୍ଯା ପ୍ରବନ୍ଧନ ପାଇଁ ଯୋଜନା କରିବେ । ଏହି ଯୋଜନାରେ ଅଧିକ ସନ୍ତାନ ଥିବା ପରିବାରକୁ ଆର୍ଥିକ ସହାୟତା ଦିଆଯିବ ।

ସେହିପରି ନୂଆ ନିୟମ ଅନୁଯାୟୀ ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ଓ ସ୍ଥାନୀୟ ନିର୍ବାଚନଗୁଡିକରେ ନିର୍ବାଚନ ଲଢିବାର ବ୍ୟବସ୍ଥା ରହିବ । ପୂର୍ବରୁ ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଜାରି ହୋଇଥିଲା । ବୟସ୍କଙ୍କ ସଂଖ୍ଯା ବୃଦ୍ଧି ଯୋଗୁଁ ଆନ୍ଧ୍ର ସମେତ ଦକ୍ଷିଣ ଭାରତୀୟ ରାଜ୍ୟ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଏହାର ମୁକାବିଲା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏପରି ଆହ୍ୱାନ ଦେଇଛନ୍ତି ।

 

The post ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ଆହ୍ୱାନ, ଅଧିକ ସନ୍ତାନ ଥିଲେ ଆର୍ଥିକ ସହାୟତା ଦିଆଯିବ appeared first on KNews Odisha.