Honda ଦେଶରେ ଲଞ୍ଚ କଲା ପ୍ରଥମ e-clutch ଟେକ୍ନୋଲୋଜି ବାଇକ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Honda ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ଭାରତରେ ଏହାର ମୋଷ୍ଟ-ଆୱାଟେଡ୍ ୨୦୨୫ CB650R ଏବଂ CBR650R ବାଇକ୍ ଲଞ୍ଚ କରିଛି, ଯାହା ଦେଶର ପ୍ରଥମ ମୋଟରସାଇକେଲ୍ । ଏହା ସହିତ ଯାହା e-clutch ଟେକ୍ନୋଲୋଜି ସହିତ ମଧ୍ୟ ଲେସ୍ । ଏଥି ସହ ଜାଣିରଖନ୍ତୁ ଯେ, ଏହି ବାଇକ୍ଗୁଡ଼ିକର ବୁକିଂ ହୋଣ୍ଡାର ବିଗୱିଙ୍ଗ ଡିଲରସିପ୍ ଏବଂ ଅନଲାଇନ୍ ପ୍ଲାଟଫର୍ମରେ ଆରମ୍ଭ ହୋଇଛି । ଯେତେବେଳେ ଡେଲିଭରି ୨୦୨୫ ମେ ଶେଷ ସୁଦ୍ଧା ଆରମ୍ଭ ହେବ । ତେବେ […] The post Honda ଦେଶରେ ଲଞ୍ଚ କଲା ପ୍ରଥମ e-clutch ଟେକ୍ନୋଲୋଜି ବାଇକ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.

Honda ଦେଶରେ ଲଞ୍ଚ କଲା ପ୍ରଥମ e-clutch ଟେକ୍ନୋଲୋଜି ବାଇକ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
honda

Honda ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ଭାରତରେ ଏହାର ମୋଷ୍ଟ-ଆୱାଟେଡ୍ ୨୦୨୫ CB650R ଏବଂ CBR650R ବାଇକ୍ ଲଞ୍ଚ କରିଛି, ଯାହା ଦେଶର ପ୍ରଥମ ମୋଟରସାଇକେଲ୍ । ଏହା ସହିତ ଯାହା e-clutch ଟେକ୍ନୋଲୋଜି ସହିତ ମଧ୍ୟ ଲେସ୍ ।

ଏଥି ସହ ଜାଣିରଖନ୍ତୁ ଯେ, ଏହି ବାଇକ୍ଗୁଡ଼ିକର ବୁକିଂ ହୋଣ୍ଡାର ବିଗୱିଙ୍ଗ ଡିଲରସିପ୍ ଏବଂ ଅନଲାଇନ୍ ପ୍ଲାଟଫର୍ମରେ ଆରମ୍ଭ ହୋଇଛି । ଯେତେବେଳେ ଡେଲିଭରି ୨୦୨୫ ମେ ଶେଷ ସୁଦ୍ଧା ଆରମ୍ଭ ହେବ । ତେବେ ବର୍ତ୍ତମାନ ଜାଣିବା ଏହାର ପ୍ରାଇସ୍ ବିଷୟରେ ।

ପ୍ରାଇସ୍ ବିଷୟରେ କହିବାକୁ ଗଲେ, CB650R ର ଏକ୍ସ-ସୋରୁମ୍ ପ୍ରାଇସ୍ ୯.୬୦ ଲକ୍ଷ ଟଙ୍କା ଏବଂ CBR650R ର ମୂଲ୍ୟ ୧୦.୪୦ ଲକ୍ଷ ଟଙ୍କା ରଖାଯାଇଛି । ଏହି ବାଇକ୍ଗୁଡ଼ିକ ୬୪୯cc ଇନଲାଇନ୍ ୪-ସିଲିଣ୍ଡର ଇଞ୍ଜିନ୍ ସହିତ ଲେସ୍, ଯାହା ୭୦bhp ପାୱାର ଏବଂ ୬୩Nm ଟର୍କ ଜେନେରେଟ୍ କରେ । ଏଥି ସହ ଏହି ଇଞ୍ଜିନଟି ୬-ସ୍ପିଡ୍ ଗିଅରବକ୍ସ ସହିତ ଆଡ୍ ହୋଇଛି, ଯାହା ହୋଣ୍ଡାର ଇ-କ୍ଲଚ୍ ଟେକ୍ନୋଲୋଜି ସହିତ ପ୍ରଦାନ କରାଯାଇଛି । ଏହି ଟେକ୍ନୋଲୋଜି ମାନୁଆଲ୍ କ୍ଲଚ୍ର ଆବଶ୍ୟକତାକୁ ଦୂର କରି ଗିଅର୍ ଶିଫ୍ଟେସନ୍କୁ ଅତ୍ୟନ୍ତ ସହଜ କରିଥାଏ । ଏଥି ସହ ସହର ଟ୍ରାଫିକ୍ରେ ଆରାମଦାୟକ କରିଥାଏ ଏବଂ ସ୍ପୋର୍ଟି ରାଇର୍ଡସଙ୍କୁ ଗୁଡ୍ କଣ୍ଟ୍ରୋଲ୍ ଏବଂ ପରଫରମାନ୍ସ ପ୍ରଦାନ କରିଥାଏ ।

ଡିଜାଇନ୍ ଏବଂ ଫିଚର୍ସ :
ଡିଜାଇନ୍ ବିଷୟରେ କହିବାକୁ ଗଲେ, CB650R ନିଓ ସ୍ପୋର୍ଟସ୍ କାଫେ ଥିମ୍ ଉପରେ ଡିଜାଇନ୍ କରାଯାଇଛି, ଯେଉଁଥିରେ ଏକ sculpted fuel ଟ୍ୟାଙ୍କ, ରାଉଣ୍ଡ LED ହେଡଲ୍ୟାମ୍ପ ଏବଂ ଏକ୍ସପୋଜ୍ଡ ଷ୍ଟିଲ୍ ଫ୍ରେମ୍ ଅଛି । ନିକଟରେ CBR650Rକୁ ଫୁଲ୍-ଫେୟାର୍ଡ ଏବଂ ଏରୋଡାଇନାମିକ୍ ଷ୍ଟାଇଲ୍ ସହିତ ଏକ ରେସିଂ ଲୁକ୍ ଦିଆଯାଇଛି । ଉଭୟ ବାଇକ୍ରେ ୫.୦-ଇଞ୍ଚ TFT ଡିସ୍ପ୍ଲେ, ରେସ୍-ଇନସ୍ପାଏଡ୍ ବଡି ଷ୍ଟାଇଲିଂ, LED ହେଡଲାଇଟ୍ ଏବଂ ଇଣ୍ଡିକେଟର୍ସ ଭଳି ଦମଦାର୍ ଫିଚର୍ସ ରହିଛି । କଲର ଅପ୍ସନ ବିଷୟରେ କହିବାକୁ ଗଲେ, CB650R ଦୁଇଟି କଲରରେ ଉପଲବ୍ଧ ଯାହା ହେଉଛି- କ୍ୟାଣ୍ଡି କ୍ରୋମୋସ୍ଫିୟର ରେଡ୍ ଏବଂ ମ୍ୟାଟ୍ ଗମପାଉଡର ବ୍ଲାକ୍ ମେଟାଲିକ୍, ଯେତେବେଳେ CBR650R ଗ୍ରାଣ୍ଡ ପ୍ରିକ୍ସ ରେଡ୍ ଏବଂ ମ୍ୟାଟ୍ ଗନପାଉଡର ବ୍ଲାକ୍ ମେଟାଲିକ୍ ରଙ୍ଗରେ ପ୍ରଦାନ କରାଯାଇଛି ।

ଏଥି ସହ ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ଏକ ପରଫରମାନ୍ସ ଏବଂ ଫିଚର୍ସ ଭରପୁର୍ ବାଇକ୍ ଖୋଜୁଛନ୍ତି, ତେବେ ଏହି ଉଭୟ ହୋଣ୍ଡା ମଡେଲ୍ 2025 CB650R ଏବଂ CBR650R ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ପ୍ରମାଣିତ ହୋଇପାରେ ।

The post Honda ଦେଶରେ ଲଞ୍ଚ କଲା ପ୍ରଥମ e-clutch ଟେକ୍ନୋଲୋଜି ବାଇକ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.