ଏମଭିଏର କ୍ରସ୍ ଭୋଟିଂ, ଫାଇଦାରେ ବିଜେପି-ଆଣ୍ଡ୍-କୋ; ୧୧ରୁ ୯ ଆସନରେ ବିଜୟୀ
ମୁମ୍ବାଇ: ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ମହାବିକାଶ ଆଘାଡ଼ି ଦମଦାର୍ ପ୍ରଦର୍ଶନ କରି ବିଜେପି ମେଣ୍ଟ ଏନଡିଏକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲା । ହେଲେ ଶୁକ୍ରବାର ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଏମଏଲସି ନିର୍ବାଚନରେ ଏନଡିଏ ଜବରଦସ୍ତ ପ୍ରଦର୍ଶନ କରି ବିଜୟ ହାସଲ କରିଛି । କ୍ରସ୍ ଭୋଟିଂ ଯୋଗୁ ମହାରାଷ୍ଟ୍ରରେ ମେଣ୍ଟ ସରକାରକୁ ୧୧ ସିଟରୁ ୯ଟିରେ ଜିତ୍ ମିଳିଛି । ସେହିପରି ଇଣ୍ଡିଆ ବ୍ଲକ୍ ମାତ୍ର ଦୁଇଟି ସିଟ୍ ଅକ୍ତିଆର୍ କରିଛି । ସୂଚନା ଅନୁଯାୟୀ, କଂଗ୍ରେସର ୭ରୁ ୮ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି ।ଶୁକ୍ରବାର ମହାରାଷ୍ଟ୍ର ବିଧାନସଭାର ୧୧ ଏମଏଲସି ଆସନରେ ଭୋଟିଂ ହୋଇଥିଲା । ଭୋଟ୍ ଗଣତି ପରେ ବିଜେପି 5, ସିନ୍ଧେ ଏବଂ ଅଜିତ୍ ପାଓ୍ବାରଙ୍କ ଏନସିପି ଦୁଇଟି ଲେଖାଏଁ ସିଟ୍ ବିଜୟ ହାସଲ କରିଥିଲେ । ସେହିପରି ଇଣ୍ଡିଆ ବ୍ଲକର ଶିବସେନା ଉଦ୍ଧବ ଗୋଷ୍ଠୀ ଏବଂ କଂଗ୍ରେସ ଗୋଟିଏ ଲେଖାଏ ଏମଏଲସି ଆସନ ଜିତିଛନ୍ତି । ଶରଦ ପାଓ୍ବାରଙ୍କ ସମର୍ଥନରେ ନିର୍ବାଚନ ଲଢୁଥିବା ଜୟନ୍ତ ପାଟିଲଙ୍କୁ ପରାଜୟ ମିଳିଛି । ବିଧାନ ପରିଷଦ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୩ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି । ତେବେ ମହାରାଷ୍ଟ୍ରର ମୋଟ୍ ବିଧାନସଭା ଆସନ ମଧ୍ୟରୁ ବିଜେପିର ୧୦୩ ବିଧାୟକ ରହିଥିବା ବେଳେ ଶିବସେନା ସିନ୍ଦେ ଗୋଷ୍ଠୀ ନିକଟରେ ୩୮, ଅଜିତ୍ ପାଓ୍ବାରଙ୍କ ଏନସିପି ପାଖରେ ୪୨, କଂଗ୍ରେସର ୩୭, ଉଦ୍ଧବ ଠାକର
ମୁମ୍ବାଇ: ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ମହାବିକାଶ ଆଘାଡ଼ି ଦମଦାର୍ ପ୍ରଦର୍ଶନ କରି ବିଜେପି ମେଣ୍ଟ ଏନଡିଏକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲା । ହେଲେ ଶୁକ୍ରବାର ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଏମଏଲସି ନିର୍ବାଚନରେ ଏନଡିଏ ଜବରଦସ୍ତ ପ୍ରଦର୍ଶନ କରି ବିଜୟ ହାସଲ କରିଛି । କ୍ରସ୍ ଭୋଟିଂ ଯୋଗୁ ମହାରାଷ୍ଟ୍ରରେ ମେଣ୍ଟ ସରକାରକୁ ୧୧ ସିଟରୁ ୯ଟିରେ ଜିତ୍ ମିଳିଛି । ସେହିପରି ଇଣ୍ଡିଆ ବ୍ଲକ୍ ମାତ୍ର ଦୁଇଟି ସିଟ୍ ଅକ୍ତିଆର୍ କରିଛି । ସୂଚନା ଅନୁଯାୟୀ, କଂଗ୍ରେସର ୭ରୁ ୮ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି ।
ଶୁକ୍ରବାର ମହାରାଷ୍ଟ୍ର ବିଧାନସଭାର ୧୧ ଏମଏଲସି ଆସନରେ ଭୋଟିଂ ହୋଇଥିଲା । ଭୋଟ୍ ଗଣତି ପରେ ବିଜେପି 5, ସିନ୍ଧେ ଏବଂ ଅଜିତ୍ ପାଓ୍ବାରଙ୍କ ଏନସିପି ଦୁଇଟି ଲେଖାଏଁ ସିଟ୍ ବିଜୟ ହାସଲ କରିଥିଲେ । ସେହିପରି ଇଣ୍ଡିଆ ବ୍ଲକର ଶିବସେନା ଉଦ୍ଧବ ଗୋଷ୍ଠୀ ଏବଂ କଂଗ୍ରେସ ଗୋଟିଏ ଲେଖାଏ ଏମଏଲସି ଆସନ ଜିତିଛନ୍ତି । ଶରଦ ପାଓ୍ବାରଙ୍କ ସମର୍ଥନରେ ନିର୍ବାଚନ ଲଢୁଥିବା ଜୟନ୍ତ ପାଟିଲଙ୍କୁ ପରାଜୟ ମିଳିଛି । ବିଧାନ ପରିଷଦ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୩ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି । ତେବେ ମହାରାଷ୍ଟ୍ରର ମୋଟ୍ ବିଧାନସଭା ଆସନ ମଧ୍ୟରୁ ବିଜେପିର ୧୦୩ ବିଧାୟକ ରହିଥିବା ବେଳେ ଶିବସେନା ସିନ୍ଦେ ଗୋଷ୍ଠୀ ନିକଟରେ ୩୮, ଅଜିତ୍ ପାଓ୍ବାରଙ୍କ ଏନସିପି ପାଖରେ ୪୨, କଂଗ୍ରେସର ୩୭, ଉଦ୍ଧବ ଠାକରେଙ୍କ ଶିବସେନା ନିକଟରେ ୧୫ ଏବଂ ଶରଦ ପାଓ୍ବାରଙ୍କ ଏନସିପି ପାଖରେ ୧୦ ବିଧାୟକ ରହିଛନ୍ତି ।
ବିଧାନ ପରିଷଦ ନିର୍ବାଚନରେ ବିଜୟ ପରେ ଏନଡିଏ ପୁଣି ଥରେ ମହାରାଷ୍ଟ୍ରରେ ମହୋଲ ବଦଳାଇ ଦେଇଛି । ୧୧ଟି ସିଟରୁ ୯ଟିରେ ବିଜୟ ହାସଲ କରିଛି ମେଣ୍ଟ ସରକାର । ସେପଟେ ଏମଭିଏ ତିନୋଟି ସିଟରେ ପାର୍ଥୀ ଦେଇଥିଲା । ହେଲେ ଦୁଇଟିରେ ଇଣ୍ଡିଆ ବ୍ଲକକୁ ବିଜୟ ମିଳିଛି ।..