ନମାଜ ବ୍ରେକ୍‌କୁ ନେଇ ବାକ୍ ଯୁଦ୍ଧ; ତେଜସ୍ବୀଙ୍କ 'ଚୀନ୍ ସଂସ୍କରଣ' ଉପରେ ଜବାବ ରଖିଲେ ହିମନ୍ତ ବିଶ୍ବଶର୍ମା

ଗୌହାଟୀ, ୦୧/୦୯: ଆସାମରେ ଦୁଇଘଣ୍ଟା ନମାଜ ବ୍ରେକ୍‌କୁ ରଦ୍ଦ କରିଛନ୍ତି ସରକାର । ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ମୁହାଁମୁହିଁ ହୋଇଛନ୍ତି । ଆସାମ ବିଧାନସଭାର ମୁସ୍‌ଲିମ୍‌ ବିଧାୟକଙ୍କ ନିମନ୍ତେ ଜୁମା ଅବସରରେ ଦୁଇଘଣ୍ଟାର ନମାଜ ବ୍ରେକ୍‌କୁ ହଟାଇବା ନେଇ ନିଷ୍ପତ୍ତି ପରେ ବିବାଦ ଆରମ୍ଭ ହୋଇଛି । ନିଷ୍ପତ୍ତିକୁ ତେଜସ୍ୱୀ ସମାଲୋଚନା କରି କହିଛନ୍ତି, ଶସ୍ତା ଲୋକପ୍ରିୟତା ହାସଲ ଲାଗି ଆସାମ ମୁଖ୍ୟମନ୍ତ୍ରୀ, ଯୋଗୀ ଆଦିତ୍ୟନାଥଙ୍କ ଚୀନ୍‌ ସଂସ୍କରଣ ହୋଇଯାଇଛନ୍ତି । ଏହା ଉପରେ କଡ଼ା ଜବାବ ଦେଇଛନ୍ତି ହିମନ୍ତ ବିଶ୍ବଶର୍ମା । ସେ କହିଛନ୍ତି, ତେଜସ୍ୱୀ ଯାଦବ  ମୋତେ ସମାଲୋଚନା କରିବା ପୂର୍ବରୁ ମୋର ଗୋଟିଏ ପ୍ରଶ୍ନ ଉତ୍ତର ଦେବା ଜରୁରୀ । ବିହାରରେ ଏଭଳି କୌଣସି ପ୍ରଥା ରହିଛି କି ? ତେଜସ୍ୱୀ ବିହାରର ଉପମୁଖ୍ୟମନ୍ତ୍ରୀ ରହିଥିଲା ବେଳେ ୪ ଘଣ୍ଟାର ନମାଜ ବ୍ରେକ୍‌ ଲାଗୁ କରିବା ଉଚିତ୍ ଥିଲା । ଉପଦେଶ ଦେବା ପୂର୍ବରୁ ଭଲ ଭାବେ ଅଭ୍ୟାସ କରିବା ଜରୁରି ।  ହିମନ୍ତ ଆହୁରି ମଧ୍ୟ କହିଛନ୍ତି, ମୁଁ ଦୁଇଘଣ୍ଟାର ଜୁମା ବ୍ରେକ୍‌ ପୁନର୍ବାର  ଲାଗୁ କରିବା ପାଇଁ ପ୍ରସ୍ତୁତ । କିନ୍ତୁ ଏଥିପାଇଁ ମୋତେ ପରାମର୍ଶ ଦେଉଥିବା ଲୋକେ ପ୍ରଥମେ ନିଜ ନିଜ ରାଜ୍ୟରେ ୪ ଘଣ୍ଟାର ଅବକାଶ ଲାଗୁ କରନ୍ତୁ । ଆହୁରି ମଧ୍ୟ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆସାମ ବିଧାନସଭାକୁ ଛାଡ଼ି ଲୋକସଭା କ

ନମାଜ ବ୍ରେକ୍‌କୁ ନେଇ ବାକ୍ ଯୁଦ୍ଧ; ତେଜସ୍ବୀଙ୍କ 'ଚୀନ୍ ସଂସ୍କରଣ' ଉପରେ ଜବାବ ରଖିଲେ ହିମନ୍ତ ବିଶ୍ବଶର୍ମା

ଗୌହାଟୀ, ୦୧/୦୯: ଆସାମରେ ଦୁଇଘଣ୍ଟା ନମାଜ ବ୍ରେକ୍‌କୁ ରଦ୍ଦ କରିଛନ୍ତି ସରକାର । ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ମୁହାଁମୁହିଁ ହୋଇଛନ୍ତି । ଆସାମ ବିଧାନସଭାର ମୁସ୍‌ଲିମ୍‌ ବିଧାୟକଙ୍କ ନିମନ୍ତେ ଜୁମା ଅବସରରେ ଦୁଇଘଣ୍ଟାର ନମାଜ ବ୍ରେକ୍‌କୁ ହଟାଇବା ନେଇ ନିଷ୍ପତ୍ତି ପରେ ବିବାଦ ଆରମ୍ଭ ହୋଇଛି । ନିଷ୍ପତ୍ତିକୁ ତେଜସ୍ୱୀ ସମାଲୋଚନା କରି କହିଛନ୍ତି, ଶସ୍ତା ଲୋକପ୍ରିୟତା ହାସଲ ଲାଗି ଆସାମ ମୁଖ୍ୟମନ୍ତ୍ରୀ, ଯୋଗୀ ଆଦିତ୍ୟନାଥଙ୍କ ଚୀନ୍‌ ସଂସ୍କରଣ ହୋଇଯାଇଛନ୍ତି । 

ଏହା ଉପରେ କଡ଼ା ଜବାବ ଦେଇଛନ୍ତି ହିମନ୍ତ ବିଶ୍ବଶର୍ମା । ସେ କହିଛନ୍ତି, ତେଜସ୍ୱୀ ଯାଦବ  ମୋତେ ସମାଲୋଚନା କରିବା ପୂର୍ବରୁ ମୋର ଗୋଟିଏ ପ୍ରଶ୍ନ ଉତ୍ତର ଦେବା ଜରୁରୀ । ବିହାରରେ ଏଭଳି କୌଣସି ପ୍ରଥା ରହିଛି କି ? ତେଜସ୍ୱୀ ବିହାରର ଉପମୁଖ୍ୟମନ୍ତ୍ରୀ ରହିଥିଲା ବେଳେ ୪ ଘଣ୍ଟାର ନମାଜ ବ୍ରେକ୍‌ ଲାଗୁ କରିବା ଉଚିତ୍ ଥିଲା । ଉପଦେଶ ଦେବା ପୂର୍ବରୁ ଭଲ ଭାବେ ଅଭ୍ୟାସ କରିବା ଜରୁରି ।  ହିମନ୍ତ ଆହୁରି ମଧ୍ୟ କହିଛନ୍ତି, ମୁଁ ଦୁଇଘଣ୍ଟାର ଜୁମା ବ୍ରେକ୍‌ ପୁନର୍ବାର  ଲାଗୁ କରିବା ପାଇଁ ପ୍ରସ୍ତୁତ । କିନ୍ତୁ ଏଥିପାଇଁ ମୋତେ ପରାମର୍ଶ ଦେଉଥିବା ଲୋକେ ପ୍ରଥମେ ନିଜ ନିଜ ରାଜ୍ୟରେ ୪ ଘଣ୍ଟାର ଅବକାଶ ଲାଗୁ କରନ୍ତୁ । 

ଆହୁରି ମଧ୍ୟ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆସାମ ବିଧାନସଭାକୁ ଛାଡ଼ି ଲୋକସଭା କିମ୍ବା ରାଜ୍ୟସଭା ସମେତ କେଉଁଠାରେ ବି ଏହି ବ୍ରିଟିଶ ଅମଳର ପ୍ରଥା ନାହିଁ । ତା’ଛଡ଼ା ଆସାମରେ   ଦୁଇଘଣ୍ଟାର ଜୁମା ଅବକାଶକୁ ରଦ୍ଦ କରିବା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ନୁହେଁ । ବରଂ ସମସ୍ତ ହିନ୍ଦୁ ଓ ମୁସ୍‌ଲିମ୍‌ ବିଧାୟକଙ୍କର ଏହା ନିଷ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୁକ୍ରବାର ବିଧାନସଭା  ବାଚସ୍ପତି ଏ ନେଇ ଘୋଷଣା କଲା ବେଳେ କୌଣସି ମୁସ୍‌ଲିମ୍‌ ବିଧାୟକ ଏହାର ବିରୋଧ କରି ନ ଥିଲେ । ବିଧାନସଭାର  ମୋଟ୍ ୧୨୬ ବିଧାୟକଙ୍କ ମଧ୍ୟରେ ୨୫ ଜଣ ମୁସ୍‌ଲିମ୍‌ ରହିଛନ୍ତି ।